‘ଗଲି ବୟ’ ଫେମ୍‌ ସିନ୍ଧାନ୍ତଙ୍କ ସହ କାର୍‌ରେ ନଜର ଆସି‌ଲେ ଅମିତାଭଙ୍କ ନାତୁଣୀ ନବ୍ୟା ନବେଲି

ମୁମ୍ବାଇ: ବଲିଉଡ୍‌ର କେଉଁ ବି ସେଲିବ୍ରେଟି ଯୋଡ଼ିଙ୍କ ପ୍ରେମ କାହାଣୀ ଲୁଚି ରହିପାରେନି। କିଛି ଦିନ ମଧ୍ୟରେ ତାହା ସର୍ବସାଧାରଣରେ ଚର୍ଚ୍ଚା ପାଲଟିଯାଏ। ଯେତେ ଲୁଚେଇବାକୁ ଚେଷ୍ଟା କଲେ ବି ତାହା କେବେ ନା କେବେ କ୍ୟାମେରା ଆଖିରେ ଧରା ପଡ଼ିଯାଏ। ନିକଟରେ ଏକ ଖବରରୁ ଜାଣିବାକୁ ମିଳିଛି ଯେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦ ଅଭିନେତା ସିନ୍ଧାନ୍ତ ଚତୁର୍ବେଦୀଙ୍କୁ ଡେଟ୍‌ କରୁଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ନବ୍ୟା ଓ ସିନ୍ଧାନ୍ତ ଏକ୍‌ କାର୍‌ରେ ଯଉଥିବା କେବେ କ୍ୟାମେରାମ୍ୟାନ୍‌ ତାଙ୍କୁ ଦେଖିବାକୁ ପାଇଥିଲେ। କ୍ୟାମେରା ସାମ୍ନାରେ ପଡ଼ିବା ପରେ ସେମାନେ ନିଜକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ନବ୍ୟା ତାଙ୍କ ଚେହେରାକୁ ଏକ ଗୋଲାପୀ ରଂଗର ସ୍କାର୍ଫରେ ଢାଙ୍କି କ୍ୟାମେରା ସାମ୍ନାରୁ ନିଜକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ପରେ ନବ୍ୟା ଓ ସିଦ୍ଧାନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆପଣ ଜାଣିଥିବ‌େ ଯେ ଫିଲ୍ମ ଗଲି ବୟ ଫେମ୍‌ ସିନ୍ଧାନ୍ତ ଓ ନବ୍ୟାଙ୍କ ଭିତରେ ପ୍ରେମ ସଂପର୍କ ରହିଛି ବୋଲି ପୂର୍ବରୁ ବି ଚର୍ଚ୍ଚା ହେଉଥିଲା। ଏପରିକି ସେମାନଙ୍କର ଏକ ଚାଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ସେମାନେ ପରସ୍ପରଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ବି କମେଣ୍ଟ୍‌ କରୁଥିବାର ଦେଖିବାକୁ ମିଳିଥିଲା। ଏପରିକି କିଛି ଦିନ ତଳେ ଦୁହେଁ ସମାନ୍‌ ଭ୍ୟାକେସନ୍‌ ଡେଷ୍ଟିନେସନ୍‌ରେ ଭିନ୍ନ ଭିନ୍ନ ଫଟୋ ସେୟାର୍‌ କରିଥିଲେ। ‌ଯାହାକୁ ନେଇ ସେ ଦୁହେଁ ସାଥୀ ହୋଇ ବୁଲିବାକୁ ଯାଇଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା।

ସମ୍ବନ୍ଧିତ ଖବର