ନୀରବତା ଭାଙ୍ଗିଲେ ନୱାଜୁଦ୍ଦିନ, ପତ୍ନୀ ଆଲିଆଙ୍କ ବିରୋଧରେ ମାନହାନି ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଧିକ ଓ ପତ୍ନୀ ଆଲିଆଙ୍କ ଛାଡ଼ପତ୍ର ମାମଲା ଏବେ ନୂଆ ମୋଡ଼ ନେଇଛି। ଏତେ ଦିନ ଧରି ଏହି ମାମଲାକୁ ନେଇ ଚୁପ୍‌ ରହୁଥିବା ନୱାଜୁଦ୍ଦିନ୍ ସିଦ୍ଧିକ ଶେଷରେ ତାଙ୍କ ପତ୍ନୀ  ଆଲିଆଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଛନ୍ତି।

ନୱାଜୁଦ୍ଦିନ ସିଦ୍ଧିକଙ୍କ ଓକିଲ୍‌ ଆଦ୍‌ନାନ ଶୈଖଙ୍କ ଦ୍ବାରା ପଠା ଯାଇଥିବା କାନୁନ ନୋଟିସ୍‌ ମୁତାବକ, ଆଲିଆ ବାରମ୍ବାର ନୱାଜୁଦ୍ଦିନ ସିଦ୍ଧିକଙ୍କ ପରି ଜଣେ ଭଲ ଲୋକଙ୍କ ନାମରେ ଆଡୁସାଡୁ ପ୍ରଚାର କରି ତାଙ୍କୁ ବଦମାନ କରିବାକୁ ଚେଷ୍ଟା କରିଥିବା କାରଣରୁ ତାଙ୍କ କ୍ଲାଇଣ୍ଟ୍‌ ଆଲିଆଙ୍କ ନାମରେ ମାନହାନି ମାମଲା ଆଗତ କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।


Naidunia

ପୂର୍ବରୁ ଆଲିଆ ଅଭିଯୋଗ ଆଣିଥିଲେ ‌ଯେ ନୱାଜ ଗତ କେତେ ମାସରୁ ଘରର ଇଏମ୍‌ଆଇ ଭରିନାହାନ୍ତି। ପିଲାଙ୍କ ସ୍କୁଲ୍‌ ଫି ଓ ଅନ୍ୟାନ୍ୟ ଖର୍ଚ୍ଚ ବି ଦେଉନାହାନ୍ତି। ଆଲିଆଙ୍କର ଏହି ଅଭିଯୋଗକୁ ବି ମିଥ୍ୟା ଓ ଭିତ୍ତିହିନ ବୋଲି କହିଛନ୍ତି ନୱାଜଙ୍କ ଓକିଲ ଆଦ୍‌ନାନ ଶୈଖ। ନୋଟିସ୍‌ରେ ‌ସ୍ପଷ୍ଟ ଦର୍ଶାଯାଇଛି ଯେ ନୱାଜ ଉଚିତ ସମୟରେ ଘରର ଇଏମ୍‌ଆଇ ଭରିବା ସହ ପିଲାମାନଙ୍କ ସ୍କୁଲ୍‌ ଫି ମଧ୍ୟ ଭରୁଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଲିଆ ମେ ୬ ତାରିଖରେ ନୱାଜଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇଥିଲେ। ଯାହାର ଜବାବ ୧୫ ଦିନ ଭିତରେ ଦିଆଯିବା ଜରୁରୀ ଥିଲା। ମାତ୍ର ନୱାଜୁଦ୍ଦିନ ନୋଟିସ୍‌ର କୌଣସି ଜବାବ ଦେଇନଥିଲେ।

ସମ୍ବନ୍ଧିତ ଖବର