ନୱାଜୁଦ୍ଦିନଙ୍କସହ ରୋମାନ୍‌ସ କରିବେ ଶ୍ରଦ୍ଧା କପୁର

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ଜଣେ ଦକ୍ଷ ଅଭିନେତା,ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ଅନେକ ସମୟରେ ଶୁଣିବାକୁ ମିଳେ ଯେ ତାଙ୍କ ସହିତ କୌଣସି ନାୟିକା ରୋମାନ୍‌ସ କରିବାକୁ ରାଜି ହୁଅନ୍ତି ନାହିଁ। ଏଭଳି କଥା ଉଠିଥିଲା ‘ବାବୁ ମୋସାୟ ବନ୍ଧୁକବାଜ୍‌’ ସିନେମା ସମୟରେ । ଏହି ଫିଲ୍ମରେ ନୱାଜୁଦ୍ଦିନ ସିଦ୍ଦିକୀଙ୍କ ପତ୍ନୀ ଭୂମିକା ନିଭାଇବାକୁ ମନା କରିଥିଲେ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ । ତା’ପରେ ସେହି ଭୂମିକାରେ ଅବଶ୍ୟ ଅଭିନୟ କରିଥିଲେ ବିଦିତା ବାଗ୍‌।


ତେବେ ସେ ଯାହା ହେଉନା କାହିଁକି ଏବେ ନୱାଜୁଦ୍ଦିନ ସିଦ୍ଦିକୀଙ୍କ ସହିତ ରୋମାନ୍‌ସ କରିବାକୁ ରାଜି ହୋଇଛନ୍ତି ବଲିଉଡର ଜଣେ ଟପ୍‌ ହିରୋଇନ୍‌। ଏହି ହିରୋଇନ୍‌ ଜଣକ ହେଲେ ଶ୍ରଦ୍ଧା କପୁର। ଯେଉଁ ସିନେମାରେ ଦର୍ଶକ ପ୍ରଥମ ଥର ପାଇଁ ନୱାଜୁଦ୍ଦିନ ଓ ଶ୍ରଦ୍ଧାଙ୍କ ଯୋଡିକୁ ଦର୍ଶକ ଦେଖବାକୁ ପାଇବେ,ତା’ର ଟାଇଟଲ୍‌ ହେଲା ‘ବୋଲେ ଚୁଡିୟାଁ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଭାଇ ଶମ୍‌ସ ନବାବ ସିଦ୍ଦିକୀ ।

ସମ୍ବନ୍ଧିତ ଖବର