ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ଅଭିନେତ୍ରୀ ଅବନୀତ କୌରଙ୍କ ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’ର ଟ୍ରେଲର ରିଲିଜ ହୋଇଛି। ଗତ କିଛି ଦିନ ହେବ ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ହେଉଛି। ଫିଲ୍ମର ଟ୍ରେଲର ରିଲିଜ୍ ପରେ ଏହାକୁ ଲୋକଙ୍କ ସକରାତ୍ମକ ପ୍ରତିକ୍ରିୟା ମିଳିଛି। ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ରଟି ଓଟିଟିରେ ରିଲିଜ ହେବ। ତେବେ ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇଛି।

Advertisment

ଫିଲ୍ମର ଟ୍ରେଲର ରିଲିଜ୍ ପରେ ୪୯ବର୍ଷୀୟ ନୱାଜୁଦ୍ଦିନ ୨୧ବର୍ଷୀୟ ଅବନୀତଙ୍କୁ ଓଠରେ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା। ଏବେ ଏନେଇ ନୱାଜଙ୍କୁ ଟ୍ରୋଲ କରାଯାଉଛି। ଫିଲ୍ମର ସୁଟିଂ ଆରମ୍ଭ ହେବା ସମୟରେ ଅବନୀତ ୨୦ବର୍ଷର ଥିଲେ। ଏତେ କମ ବୟସର ହୋଇ ୪୯ବର୍ଷୀୟ ଅଭିନେତାଙ୍କୁ ଚୁମ୍ବନ ଦେବା ଗ୍ରହଣୀୟ ନୁହେଁ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ କହିବା ଆରମ୍ଭ କରିଛନ୍ତି।

ଏହା ସହ ନୱାଜ ଏଭଳି ଫିଲ୍ମ କାହିଁକି ବାଛୁଛନ୍ତି ବୋଲି ଲୋକେ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଚଳଚ୍ଚିତ୍ରଟି ପୂର୍ବରୁ ଇରଫାନ ଖାନ ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ନିର୍ମାଣ ହେବାର ଥିଲା। ସେତେବେଳେ ଏହାର ନାମ ଥିଲା ‘ଡିଭାଇନ ଲଭର୍ସ’। ଦୁର୍ଭାଗ୍ୟବଶତଃ, ନିର୍ଦ୍ଦେଶକ ସାଇ କବୀର ଗୁରୁତର ଅସୁସ୍ଥ ହୋଇପଡିଥିଲେ, ଯେଉଁ କାରଣରୁ ଫିଲ୍ମର ନିର୍ମାଣ ୩-୪ବର୍ଷ ବିଳମ୍ବ ହୋଇଥିଲା। କବୀର ସାର୍ ଫେରିବା ବେଳକୁ ଇରଫାନଙ୍କୁ ମୃତ୍ୟୁ ହୋଇସାରିଥିଲା। ଏହା ପରେ କଙ୍ଗନା କବୀରଙ୍କୁ କହିଥିଲେ ଯେ ଆମର ପୂର୍ବ ଯୋଜନା ବର୍ତ୍ତମାନ କାମ କରିବ ନାହିଁ। ଏହା ପରେ ଫିଲ୍ମର ମୁଖ୍ୟ କଳାକାର ବଦଳାଇବାକୁ ପଡ଼ିଥିଲା। ଅବନୀତ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ନେବାକୁ ନିଷ୍ପତ୍ତି ନେଇଥିଲେ ନିର୍ମାତା। କଙ୍ଗନା ଅଭିନୟ ନକଲେ ବି ପ୍ରଯୋଜିକା ଭାବେ ଫିଲ୍ମ ସହ ଯୋଡି ହୋଇଛନ୍ତି।”