ପୁଲଓ୍ଵାମା ଆକ୍ରମଣ ପରେ ଆସିଲା ନଓ୍ଵାଜୁଦ୍ଦିନ୍‌ଙ୍କ ବୟାନ, କହିଲେ; ମୁଁ ଚାହେଁନି ପାକିସ୍ତାନ ଭଳି ଦେଶରେ ମୋର ଫିଲ୍ମ ରିଲିଜ୍‌ ହେଉ

ମୁମ୍ବାଇ: ପୁଲଓ୍ଵାମା ଆକ୍ରମଣ ପରେ ଏବେ ସାରା ଦେଶରେ ପାକିସ୍ତାନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଧୀରେ ଧୀରେ ପାକିସ୍ତାନକୁ ଭାରତ ତରଫରୁ ଯୋଗାଇ ଦିଆଯାଉଥିବା ସୁବିଧାକୁ ଭାରତ ସରକାର ବନ୍ଦ କରୁଥିବା ବେଳେ ୪୦ଜଣ ସହିଦ୍‌ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସରକାର ପ୍ରସ୍ତୁତି କରୁଥିବା ଜଣା ପଡ଼ିଛି । ଏ ମଧ୍ୟରେ ବଲିଉଡ୍‌ କଳାକାରମାନେ ମଧ୍ୟ ପାକିସ୍ତାନୀ କଳାକାରଙ୍କୁ କଡ଼ା ବିରୋଧ କରିଛନ୍ତି । ସେମାନେ ବଲିଉଡ୍‌ରେ କାମ କରି ପାରିବେ ନାହିଁ କି କୌଣସି ବଲିଉଡ୍‌ ଫିଲ୍ମ ପାକିସ୍ତାନରେ ରିଲିଜ୍‌ ହେବ ନାହିଁ ବୋଲି ଘୋଷଣା କରାଯାଇ ସାରିଛି ।

ପୁଲଓ୍ଵାମା ଆକ୍ରମଣକୁ ସପ୍ତାହେ ପୂରି ସାରିଥିବା ବେଳେ ଏବେ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନଓ୍ଵାଜୁଦ୍ଦିନ୍‌ଙ୍କ ଫିଲ୍ମ ଫଟୋଗ୍ରାଫ୍‌ ରିଲିଜ୍‌ ଅପେକ୍ଷାରେ ଥିବା ବେଳେ ଏହି ଫିଲ୍ମ ପାକିସ୍ତାନରେ ରିଲିଜ୍‌ ହେବ ନାହିଁ ବୋଲି କହିଛନ୍ତି ନଓ୍ଵାଜ୍‌ ।

Indulge Express

ଫିଲ୍ମର ପ୍ରମୋସନ କରୁଥିବା ବେଳେ, ମୁଁ ଚାହୁଁନି କି ମୋର ଫିଲ୍ମ ଫଟୋଗ୍ରାଫ୍‌ ପାକିସ୍ତାନରେ ରିଲିଜ୍‌ ହେଉ ବୋଲି କହିଛନ୍ତି ନଓ୍ଵାଜ୍‌ । ସୂଚନା ମୁତାବକ, ସୁରଜ ବଡ଼ଜାତ୍ୟାଙ୍କ ଏହି ଫିଲ୍ମରେ ନଓ୍ଵାଜ୍‌ଙ୍କ ସହ ଅଭିନେତ୍ରୀ ସାନ୍ୟା ମଲହୋତ୍ରା ସ୍କ୍ରିନ୍‌ ସେୟାର କରିଛନ୍ତି । ଫିଲ୍ମଟି ମାର୍ଚ୍ଚ ୧୫ରେ ରିଲିଜ୍‌ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର