ନୱାଜଙ୍କୁ କ୍ଷମା ମାଗିବା ପରେ ଅଜଣା ବ୍ୟକ୍ତିଙ୍କ ସହ ଫଟୋ ସେୟାର କଲେ ଆଲିଆ

ମୁମ୍ବାଇ: ନୱାଜଙ୍କୁ କ୍ଷମା ମାଗିବା ପରେ ଅଜଣା ବ୍ୟକ୍ତିଙ୍କ ସହ ଫଟୋ ସେୟାର କଲେ ପତ୍ନୀ ଆଲିଆ। ଫଟୋ ଭାଇରାଲ ହେବାରୁ ପୁଣି ଥରେ ଆଲିଆ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଯାଉଥିବା ନେଇ ହେଲା ଚର୍ଚ୍ଚା। ଗତ ମାସରେ ଆଲିଆ ସିଦ୍ଦିକି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ନୱାଜଙ୍କୁ କ୍ଷମା ମାଗିବା ସହ ନୂଆ ଢ଼ଙ୍ଗରେ ଜୀବନ ଆରମ୍ଭ କରିବା ବୋଲି କହିଥିଲେ। ହେଲେ ପରେ ସେ ନିଜ ପୋଷ୍ଟକୁ ହଟାଇ ଦେଇଥିଲେ।

ଏବେ ସେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଫଟୋ ସେୟାର କରି ଚର୍ଚ୍ଚାକୁ ଆସୁଛନ୍ତି। ନୱାଜଙ୍କଠାରୁ ଅଲଗା ହେବା ପରେ ଆଲିଆ ଏହି ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଥିବା ଲୋକେ କହିବା ଆରମ୍ଭ କରିଛନ୍ତି। ଆଲିଆ ଅଜଣା ବ୍ୟକ୍ତିଙ୍କ ସହ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, “ମୁଁ ଯେଉଁ ସମ୍ପର୍କରେ ଥିଲି ସେଥିରୁ ବାହାରିବା ପାଇଁ ମୋତେ ୧୯ବର୍ଷ ସମୟ ଲାଗିଛି। କିନ୍ତୁ ମୋ ଜୀବନରେ, ମୋ ପିଲାମାନେ ମୋର ପ୍ରାଥମିକତା ସର୍ବଦା ଥିଲେ ଏବଂ ସେମାନେ ରହିବେ। ତଥାପି କିଛି ସମ୍ପର୍କ ଏଭଳି ରହିଥାଏ ଯାହା ବନ୍ଧୁତ୍ୱଠାରୁ ବହୁତ ଅଧିକ ହୋଇଥାଏ ଏବଂ ଏହି ସମ୍ପର୍କ ହେଉଛି ସେହି ସମ୍ପର୍କ। ମୁଁ ଏହାକୁ ନେଇ ବହୁତ ଖୁସି। ମୋର ଖୁସି ହେବାର ଅଧିକାର ନାହିଁ କି? ”

 

View this post on Instagram

 

A post shared by Aaliya Siddiqui (@aaliyanawazuddin)

ମେ’ ମାସରେ ଆଲିଆ ସିଦ୍ଦିକି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, “ନୱାଜ, ଏହି ଚିଠିଟି ତୁମ ପାଇଁ, ମୁଁ ଅନେକ ସ୍ଥାନରେ ପଢ଼ିଛି ଯେ ଜୀବନ ଆଗକୁ ବଢ଼ିବାର ନାଁ ଅଟେ। ଗତ କିଛି ମାସ ମଧ୍ୟରେ ଆମ ମଧ୍ୟରେ କ’ଣ ଘଟିଛି ସେସବୁ ଭୁଲି ମୋ ଭଗବାନଙ୍କ ଉପରେ ବିଶ୍ୱାସ ରଖି ମୁଁ ମୋର ଭୁଲ ପାଇଁ କ୍ଷମା ମାଗିବା ସହ ତୁମର ଭୁଲଗୁଡ଼ିକୁ କ୍ଷମା କରୁଛି। ମୁଁ ଆଗକୁ ବଢ଼ିବା ସହ ଭବିଷ୍ୟତକୁ ଏକ ସଠିକ୍ ରୂପ ଦେବାକୁ ଚେଷ୍ଟା କରିବି। ଅତୀତରେ ଅଟକି ରହିବା କୌଣସି ଏକ ଚକ୍ରବ୍ୟୁହରେ ଫସି ରହିବାଠାରୁ କମ୍ ନୁହେଁ। ତେଣୁ, ଏହି ଅତୀତକୁ ଭୁଲି ଏଭଳି ଭୁଲର ପୁନରାବୃତ୍ତି ନକରିବାକୁ ପ୍ରତିଜ୍ଞା ନେଇ ଆମେ ପିଲାମାନଙ୍କର ଭବିଷ୍ୟତକୁ ଏକ ସୁବର୍ଣ୍ଣ ଆଲୋକରେ ଭରିବା ପାଇଁ ଶପଥ ନେଉଛୁ।

Nawazuddin Siddiqui

ସମ୍ବନ୍ଧିତ ଖବର