ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବ ପତ୍ନୀ ଆଲିଆଙ୍କୁ ମିଳିଲା ନୂଆ ପ୍ରେମ: ପ୍ରେମିକ ସହ ଫଟୋ ଦେଇ କହିଲେ, ମୋର କ’ଣ ଖୁସି ହେବାର ଅଧିକାର ନାହିଁ?

ମୁମ୍ବାଇ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ପତ୍ନୀ ଆଲିୟା ସିଦ୍ଦିକି ବଡ଼ ଧରଣର ଅଭିଯୋଗ ଆଣିଥିବା କଥା ଆପଣ ଜାଣନ୍ତି। ନିକଟରେ ପତ୍ନୀ ଆଲିଆ ଅଭିନେତାଙ୍କ ବିରୋଧରେ ଘରେଇ ହିଂସା ଅଭିଯୋଗ ‌ଆଣିବା ପରେ ଦୁହିଁଙ୍କ ସଂପର୍କରେ ଫଟା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଅପୋସ ବୁଝାମଣା ପାଇଁ କଥା ଉଠିଥିଲେ ବି ବୁଝାମଣା ହୋଇ ପାରିନଥିଲା।

ସେଲିବ୍ରିଟି ଦମ୍ପତିଙ୍କ ବିବାହ ଭାଙ୍ଗିବା ଖବର ଚର୍ଚ୍ଚାରେ ଥିବା ବେଳେ ଏବେ ଆଲି‌ଆ ଏକ ବିରାଟ ଖବର ଦେଇଛନ୍ତି। ସେ ନୱାଜୁଦ୍ଦିନ ସିଦ୍ଦିକିଙ୍କଠାରୁ ଅଲଗା ହେବା ପରେ ତାଙ୍କୁ ଦ୍ବିତୀୟ ପ୍ରେମ ମିଳିଯାଇଛି ବୋଲି ଏବେ ନିଜେ ଏକ ସୋସିଆଲ୍‌ ମିଡିଆ ପୋ‌ଷ୍ଟ୍‌ ଜରିଆରେ କହିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ତାଙ୍କର ନୂତନ ପ୍ରେମିକଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସହ ସେ ଏକ ଲମ୍ବା କ୍ୟାପ୍‌ସନ୍‌ ବି ଲେଖିଛନ୍ତି। ଯାହାକୁ ପଢ଼ିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ସ୍ପଷ୍ଟ ଜଣାପଡୁଛି। ସେ ତାଙ୍କ ପୋଷ୍ଟ୍‌ରେ ଟଙ୍କା ନୁହେଁ, ମଣିଷ ହିଁ ଆପଣଙ୍କୁ ଖୁସି ରଖିପାରେ ବୋଲି ଲେଖିଛନ୍ତି। ମୋର କ’ଣ ଖୁସି ହେବାର ଅଧିକାର ନାହିଁ? ବୋଲି ଶେଷରେ ପ୍ରଶ୍ନ ବି କରିଛନ୍ତି।

 

 

View this post on Instagram

 

A post shared by Aaliya Siddiqui (@aaliyanawazuddin)

ବଲିଉଡ ଜଗତରେ ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ନିଜ ବୈବାହିକ ଜୀବନକୁ ନେଇ ଅନେକ ଦିନ ହେବ ବିବାଦରେ ରହିଥିଲେ।  ତାଙ୍କ ବିରୋଧରେ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଷ୍କର୍ମ ଅଭିଯୋଗ ବି ଆଣିଥିଲେ। ତେବେ ବହୁ ବାଦବିବାଦ ପରେ ଏବେ ସେମାନଙ୍କର ବିବାହ ବିଚ୍ଛେଦ ହୋଇସାରିଛି।

 

 

ସମ୍ବନ୍ଧିତ ଖବର