ମୁହଁ ଖୋଲିଲେ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ ପତ୍ନୀ

ବଲିଉଡର ଲୋକପ୍ରିୟ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି ବର୍ତ୍ତମାନ ଏକ ଉଭୟ ବ୍ୟକ୍ତିଗତ ଖବରକୁ ନେଇ ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ମୁମ୍ବାଇ ପୁଲିସ କଲ ଡ଼ାଟା ରେକର୍ଡ (ସିଡ଼ିଆର)ମାମଲାରେ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକ, ତାଙ୍କ ଓକିଲ ରିଜଓ୍ଵାନ ସିଦ୍ଦିକି ଏବଂ ତାଙ୍କ ପତ୍ନୀ ଆଲିୟାଙ୍କୁ ସମନ ଜାରି କରିଛି । ନଓ୍ଵାଜୁଦ୍ଦିନ୍‌ ତାଙ୍କ ଉପରେ ପତ୍ନୀ ଙ୍କର ବେଆଇନ ଫୋନ କଲ ଡ଼ାଟା ବାହାର କରିବା ଏବଂ ପଛରେ ଗୁପ୍ତଚର ଲଗାଇବା ଆରୋପ ରହିଛି । ଗଣମାଧ୍ୟମରେ ଏହି ଖବର ଆସିବା ପରେ ନଓ୍ଵାଜ ନିଜର ରାଗକୁ ଟ୍ଵିଟର ଜରିଆରେ ପ୍ରଶଂସକଙ୍କ ପାଖରେ ପହଞ୍ଚାଇଛନ୍ତି ।

ସେ ଟ୍ଵିଟ୍‌ କରିଛନ୍ତି, ‘ମୁଁ କାଲି ସନ୍ଧ୍ୟାରେ ମୋ ଝିଅର ସ୍କୁଲ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲି । ଏହି ପ୍ରୋଜେକ୍ଟଟି ହାଇଡ୍ରୋଇଲେଟ୍ରିକ ଫାଇବର ଜେନରେଟର ଉପରେ ଥିଲା। ଆଜି ସକାଳେ ସେହି ପ୍ରୋଜେକ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଏବଂ ମୁଁ ସେଠାକୁ ଯାଇଥିଲି । ମୁଁ ଆଶ୍ଚର୍ଯ୍ୟ ହେଉଛି କାହିଁକି ମିଡିଆ ମୋ ଉପରେ ଏପରି ବେକାର ଆରୋପ ଲଗାଉଛି ଏବଂ ଏହାକୁ ମୁଁ ଘୃଣା କରେ।’
ଖବର ଅନୁଯାୟୀ, ନଓ୍ଵାଜଙ୍କୁ ତାଙ୍କ ପତ୍ନୀଙ୍କ ଉପରେ ବିଶ୍ୱାସ ନ ଥିଲା । ସେ ତାଙ୍କ ପଛରେ ମହିଳା ଗୁପ୍ତଚର ଲଗାଇଥିଲେ ।ଏହାଛଡ଼ା ନଓ୍ଵାଜ ତାଙ୍କ ଓକିଲ ରିଜଓ୍ଵାନ ସିଦ୍ଦିକିଙ୍କ ସାହାଯ୍ୟରେ ତାଙ୍କ ପତ୍ନୀଙ୍କ ଫୋନ ଡ଼ାଟା ବାହାର କରାଯାଇଥିଲା । ନଓ୍ଵାଜ ଏହି ସବୁ ରିଜଓ୍ଵାନଙ୍କ ଜରିଆରେ କରୁଥିଲେ । ଏହା ସହ ଅଞ୍ଜଳି କେତେବେଳେ କାହା ସହ କଥା ହେଉଛନ୍ତି ଏହା ଉପରେ ନଜର ରଖୁଥିଲେ ବୋଲି କହିଛନ୍ତି ଜନୈକା ଗୁପ୍ତଚର ରଜନୀ ପଣ୍ଡିତ।

photo–Net-Worth

ଆଲିୟା ଏସଂପର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ନଓ୍ଵାଜୁଦ୍ଦିନ୍‌ ଜଣେ ମୁସଲମାନ୍‌ ଏବଂ ସେ ହିନ୍ଦୁ ବ୍ରାହ୍ମଣ ପରିବାରର ଝିଅ। ସେମାନେ ୧୫ ବର୍ଷ ହେଲା ସୁଖୀ ବୈବାହିକ ଜୀବନ ବିତାଉଛନ୍ତି। ଅଥଚ ମିଡିଆ ଏଭଳି ଖବର କେଉଁଠୁ ପାଉଛି !

ସମ୍ବନ୍ଧିତ ଖବର