ମୁମ୍ବାଇ: 'ଲେଡି ସୁପରଷ୍ଟାର' ଭାବରେ ଜଣାଶୁଣା ନୟନତାରା ଓ ଧନୁଷଙ୍କ ମଧରେ ବଢ଼ିଚାଲିଛି ବିବାଦ। ନୟନତାରାଙ୍କ ଜୀବନ ଏବଂ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍' ମୁକ୍ତିଲାଭ କରିବାକୁ ଥିବାବେଳେ କଥା ଯାଇ ଥାନାରେ ପହଞ୍ଚିଛି।
ଅଭିନେତ୍ରୀ, ସୁପରଷ୍ଟାର ଧନୁଷଙ୍କୁ ସମାଲୋଚନା କରି ଇନଷ୍ଟାରେ ଏକ ଖୋଲା ଚିଠି ସେୟାର କରିଛନ୍ତି। ବାସ୍ତବରେ ଯଦିଓ ଏହି ଡକ୍ୟୁମେଣ୍ଟାରୀରେ ନୟନତାରା ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ତାଙ୍କ ସ୍ୱାମୀ ବିଗ୍ନେଶ ଶିବନ ଏହାର ନିର୍ଦ୍ଦେଶନା ଦେଇଛନ୍ତି କିନ୍ତୁ ଏହି ଚଳଚ୍ଚିତ୍ରରେ ଧନୁଷ ତାଙ୍କ ଗୀତ ବ୍ୟବହାରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।
ନୟନତାରା ନିଜ ଡକ୍ୟୁମେଣ୍ଟାରୀରେ ସାଉଥ୍ ମୁଭି ‘ନାନୁମ ରାଓଡି ଧାମ’ ଗୀତର କିଛି ଦୃଶ୍ୟ ବ୍ୟବହାର କରିଛନ୍ତି। ଏଥିରେ ଧନୁଷ ରାଗିଯାଇ ନୟନତାରାଙ୍କ ନାଁରେ ନୋଟିସ ପଠାଇବା ସହ ୧୦ କୋଟି ଦାବି କରିଛନ୍ତି।
ଯାହାର ଜବାବ ଦେଇ ନୟନତାରା ନିଜ ଇନଷ୍ଟାରେ ୩ ପୃଷ୍ଠାର ଏକ ଚିଠି ପୋଷ୍ଟ କରିଛନ୍ତି। ସେ ଏହି ଖୋଲା ଚିଠିରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ,''ନିକଟରେ ରିଲିଜ୍ ହୋଇଥିବା ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା: ଓଣ୍ଡ ଦ ଫେୟରି ଟେଲ' ତିଆରି କରିବା ସମୟରେ ସେ ଧନୁଷଙ୍କଠାରୁ ତାଙ୍କ ୨୦୧୫ ଚଳଚ୍ଚିତ୍ର ‘ନାନୁମ ରାଓଡି ଧାମ’ର କିଛି ଦୃଶ୍ୟ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ। ହେଲେ ଏହାକୁ ଅନୁମତି ଦେଇ ନଥିଲେ ଧନୁଷ। ଏହାପରେ ଅଭିନେତ୍ରୀ କର୍ମଚାରୀଙ୍କ ଫୋନରେ ରେକର୍ଡ ହୋଇଥିବା କିଛି ଦୃଶ୍ୟକୁ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍'ରେ ରଖିଥିଲେ। ଏହା ଜାଣିବା ପରେ ଧନୁଷ, ନୟନଙ୍କୁ ୧୦କୋଟିର କପିରାଇଟ୍ ଲିଗାଲ ନୋଟିସ୍ ପଠାଇଥିଲେ।
ଏକ ସାକ୍ଷାତକାରରେ ଭିଗ୍ନେଶ କହିଛନ୍ତି,'' “ଧନୁଷ ସାର୍ ମୋତେ ନୟନଙ୍କୁ କାହାଣୀ ବର୍ଣ୍ଣନା କରିବାକୁ କହିଥିଲେ। ସେ ଏହାକୁ ପସନ୍ଦ କରିଥିଲେ। ଥରେ ସେ ବିମାନରେ ଆସିବା ପରେ ମୁଁ ଅଭିନେତା ବିଜୟ ସେଥୁପାଠୀଙ୍କୁ କାଷ୍ଟ କରିବାରେ ସକ୍ଷମ ହୋଇଥିଲି, ଯିଏ ପ୍ରଥମେ ଏହି ଚଳଚ୍ଚିତ୍ର କରିବାକୁ ଆଗ୍ରହୀ ନଥିଲେ। ସେ ସ୍କ୍ରିପ୍ଟ ବିଷୟରେ ଆତ୍ମବିଶ୍ୱାସୀ ନଥିଲେ। କିନ୍ତୁ ନୟନ କହିବା ପରେ ସେ ରାଜି ହୋଇଥିଲେ। ଏହି ଚଳଚ୍ଚିତ୍ର ମୋତେ ତାଙ୍କ ସହିତ ବହୁତ ସମୟ ବିତାଇବାକୁ ଏକ ଉପାୟ ଦେଇଥିଲା।'' ବିଗ୍ନେଶ ଉଭୟ ଚଳଚ୍ଚିତ୍ରର ଲେଖକ ଏବଂ ନିର୍ଦ୍ଦେଶକ ଥିଲେ।
ନଭେମ୍ବର ୧୮ ରେ ନୟନତାରାଙ୍କ ଜନ୍ମଦିନରେ ଏହି ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ମୁକ୍ତିଲାଭ କରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/17/IktsZVKsaJLZ8LM7fpuz.jpg)