ଆସନ୍ତାମାସ ବିବାହ ବନ୍ଧନରେ ବାନ୍ଧି ହେବେ ଲେଡି ସୁପର୍‌ଷ୍ଟାର୍‌ ନୟନତାରା!

ମୁମ୍ବାଇ: ବ୍ୟକ୍ତିଗତ ଜୀବନରେ ପାଦେ ଆଗକୁ ବଢ଼ିବାର ନିଷ୍ପତ୍ତି ନେଇଛନ୍ତି ତାମିଲ୍‌ର ଲେଡି ସୁପର୍‌ଷ୍ଟାର୍‌ ନୟନତାରା। ସେ ନିର୍ଦ୍ଦେଶକ ବିଘ୍ନେଶ ଶିଭାନଙ୍କ ସହ ଡେଟ୍‌ କରୁଥିଲେ। ଏବେ ତାଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି। ଅନୁମାନ ଲଗାଯାଉଛି ଯେ ସେମାନେ ଆସନ୍ତାମାସ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ତେବେ ତାଙ୍କ ବିବାହ ଜୁନ୍‌ ୯ ତାରିଖରେ ହୋଇପାରେ ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।

 

 

View this post on Instagram

 

A post shared by Vignesh Shivan (@wikkiofficial)

ସେମାନେ ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ମନ୍ଦିରରେ ପରସ୍ପରଙ୍କୁ ଜୀବନସାଥୀ ରୁପେ ବାଛିବେ। ସେମାନଙ୍କ ବିବାହରେ କେବଳ ପରିବାର ଓ କିଛି ନିକଟତର ବନ୍ଧୁ ସାମିଲ୍‌ ହେବାର ଯୋଜନା ରହିଛି। ତେବେ, ସେମାନଙ୍କ ବିବାହକୁ ନେଇ ଏଯାବତ୍‌ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

 

 

View this post on Instagram

 

A post shared by Vignesh Shivan (@wikkiofficial)

ଉଭୟ ବିଘ୍ନେଶ ଓ ନୟନତାରା ପୂର୍ବରୁ ସେମାନଙ୍କ ସଂପର୍କକୁ ନେଇ ଦର୍ଶକଙ୍କୁ ସଂକେତ ଦେଇ ସାରିଥିଲେ। ଅନେକ ସମୟରେ ସେମାନେ ସୋସିଆଲ୍‌ ମିଡିଆରେ ଫଟୋ ଦେଇ ଚର୍ଚ୍ଚାରେ ରହୁଥିଲେ। ନିକଟରେ ସେମାନେ ତିରୁପତି ମନ୍ଦିରକୁ ଯାଇଥିବାର ଏକ ଫଟୋ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଏବେ ଖାଲି ଦର୍ଶକଙ୍କୁ ସେମାନଙ୍କ ପ୍ରିୟ ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କ ବିବାହ ଦେଖିବା ଅପେକ୍ଷା ରହିଲା। ସେମାନେ ଖୁବ୍‌ ଶୀଘ୍ର ସେମାନଙ୍କ ବିବାହକୁ ନେଇ ଆନୁଷ୍ଠାନିକ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି।

 

ସମ୍ବନ୍ଧିତ ଖବର