ନୂଆଦିଲ୍ଲୀ: 'ଲେଡି ସୁପରଷ୍ଟାର' ନୟନତାରାଙ୍କ ଜୀବନ ଏବଂ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍' ମୁକ୍ତିଲାଭ କରିବାକୁ ଯାଉଛି। ନଭେମ୍ବର ୧୮ରେ ଏହା ରିଲିଜ୍ ହେବାକୁ ଥିବା ବେଳେ ଅଭିନେତ୍ରୀ, ସୁପରଷ୍ଟାର ଧନୁଷଙ୍କୁ ଟାର୍ଗେଟ କରିଛନ୍ତି। ଏକ ଇନଷ୍ଟା ପୋଷ୍ଟ ଜରିଆରେ ଆଉ କେତେ ତଳକୁ ଖସିବ ବୋଲି ପଚାରିଛନ୍ତି ନୟନ।
ସୁପରଷ୍ଟାର ଧନୁଷଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଅଭିନେତ୍ରୀ ନୟନଙ୍କ ଚଳଚ୍ଚିତ୍ର 'ନାନୁମ୍ ରାଉଡି ଧାନ'। ଏଥିରେ ତାଙ୍କର ସହକଳାକାର ଥିଲେ ବିଜୟ ସେଥୁପତି। 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍'ର ନିର୍ମାଣ ସମୟରେ 'ନାନୁମ୍ ରାଉଡି ଧାନ' ଫିଲ୍ମର କିଛି ଦୃଶ୍ୟ ନୟନ ରଖିବାକୁ ଧନୁଷଙ୍କୁ ଅନୁମତି ମାଗିଥିଲେ। ହେଲେ ଏହାକୁ ଅନୁମତି ଦେଇନଥିଲେ ଧନୁଷ। ଏହା ପରେ ଅଭିନେତ୍ରୀ କର୍ମଚାରୀଙ୍କ ଫୋନରେ ରେକର୍ଡ ହୋଇଥିବା କିଛି ଦୃଶ୍ୟକୁ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍'ରେ ରଖିଥିଲେ। ଏହା ଜାଣିବା ପରେ ଧନୁଷ, ନୟନଙ୍କୁ ୧୦କୋଟିର କପିରାଇଟ୍ ଲିଗାଲ ନୋଟିସ୍ ପଠାଇଥିବା ଜଣାଯାଇଛି। ତାଙ୍କର ଏହି କାମ ପାଇଁ ଇନଷ୍ଟା ପୋଷ୍ଟରେ ବିରକ୍ତି ପ୍ରକାଶ କରିଛନ୍ତି ନୟନତାରା।
ସେ ଲେଖିଛନ୍ତି, “ଏନଓସି ପାଇଁ ଆପଣଙ୍କ ସହିତ ଦୀର୍ଘ ଦୁଇ ବର୍ଷର ଲଢ଼େଇ ପରେ ଆମେ ହାର୍ ମାନିଛୁ। ଆପଣ 'ନାନୁମ୍ ରାଉଡି ଧାନ'ର କୌଣସି ବି ଦୃଶ୍ୟ ବା ଗୀତ ଦେବା ପାଇଁ ଅନୁମତି ନଦେବାରୁ ଆମେ ଡକ୍ୟୁମେଣ୍ଟାରୀକୁ ପୁଣି ଥରେ ଏଡିଟ୍ କରି ଏହାକୁ ରିଲିଜ୍ କରିବାକୁ ଯାଉଛୁ। ଏବେ ଯାଏ ଆପଣ ଯେତେ ତଳକୁ ଖସିଥିଲେ, ଏହା ତା’ଠାରୁ ବି ନିମ୍ନସ୍ତର। ଫିଲ୍ମର ଅଡିଓ ଲଞ୍ଚ ସମୟରେ ମଞ୍ଚରେ ନିଜ ପ୍ରଶଂସକଙ୍କ ଆଗରେ ଯେଉଁ ମଣିଷ ବୋଲି ଆପଣ ଦେଖାନ୍ତି, ଯଦି ଅସଲ ଜୀବନରେ ତା’ର ଅଧା ବି ହୋଇଥାନ୍ତେ ତେବେ କେତେ ଭଲ ହୋଇଥାନ୍ତା। ଆମକୁ ୧୦କୋଟିର ନୋଟିସ୍ ମିଳିଛି ଏବଂ ଆମେ ଏହାର ଉଚିତ୍ ଜବାବ ଦେବୁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/16/RDGLndDVBwiWhjhpq2yG.jpg)