ନୂଆଦିଲ୍ଲୀ: ବିବାହର ୪ମାସ ପରେ ମାତାପିତା ହୋଇଛନ୍ତି ସାଉଥ ସୁପରଷ୍ଟାର ନୟନତାରା ଓ ନିର୍ଦ୍ଦେଶକ ବିଗ୍ନେଶ ଶିବାନ। ଚଳିତ ବର୍ଷ ଜୁନ ମାସରେ ନୟନତାରା, ନିର୍ଦ୍ଦେଶକ ବିଗ୍ନେଶ ଶିବାନଙ୍କୁ ବିବାହ କରିଥିଲେ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବରଣ କରିଥିଲେ। ବିବାହର ଚାରି ମାସ ପରେ ଅକ୍ଟୋବର ୯‌ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ବିଗ୍ନେଶ।

Advertisment

ବିବାହର ୪ମାସ ପରେ ନୟନତାରା-ବିଗ୍ନେଶ ପିତାମାତା ହେବାକୁ ଅନେକ ପସନ୍ଦ କରିନଥିଲେ। ଏହାକୁ ନେଇ ବିବାଦ ବୃଦ୍ଧି ପାଉଥିବା ଦେଖି ଦମ୍ପତି ସରୋଗେସି ଆଇନ ଉଲ୍ଲଂଘନ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ତାମିଲନାଡୁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ପରେ ନୟନତାରା ଏବଂ ବିଗ୍ନେଶ ଶିବନ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ସେମାନଙ୍କ ବିବାହ ୬ବର୍ଷ ପୂର୍ବରୁ ପଞ୍ଜିକୃତ ହୋଇଥିବା ବେଳେ ଜୁନ୍ ୯, ୨୦୨୨ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ। ଏଥିସହ ନୟନତାରା ଏବଂ ବିଗ୍ନେଶ ଶିବନ ଜଣାଇଛନ୍ତି ଯେ, ସେମାନଙ୍କ ସରୋଗେଟ୍ ନୟନତାରାଙ୍କ ଜଣେ ସମ୍ପର୍କୀୟ ଥିଲେ, ଯିଏ ଦୁବାଇରେ ନୟନତାରାଙ୍କ ବ୍ୟବସାୟର ସମ୍ଭାଳନ୍ତି। ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଭାରତରେ ବ୍ୟବସାୟିକ ସରୋଗେସି ନିଷେଧ ହେବାର ସପ୍ତାହ ପୂର୍ବରୁ ଡିସେମ୍ବର ୨୦୨୧ରେ ସେମାନେ ସରୋଗେସି ପାଇଁ ପଞ୍ଜୀକୃତ କରିଥିଲେ।