ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଲୋନାବଲାସ୍ଥିତ ଫାର୍ମ ହାଉସ୍ରେ ଛାନ୍ଭିନ୍ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)। ଫାର୍ମହାଉସ୍କୁ ସୁଶାନ୍ତ ଭଡ଼ାସୂତ୍ରରେ ନେଇଥିଲା ବେଳେ ପ୍ରାୟ ସମୟରେ ସେଠାକୁ ଯାଉଥିଲେ। ଏନ୍ସିବିକୁ ସେଠାରୁ ହୁକ୍କା ପାନ କରିବା ପାଇଁ ବ୍ୟବହୃତ ହେଉଥିବା ବଡ୍, ଗଞ୍ଜେଇ ଟାଣିବା ସାମଗ୍ରୀ ଓ କିଛି ଔଷଧ ମିଳିଛି। ସୁଶାନ୍ତଙ୍କ ଫାର୍ମ ହାଉସ୍ରେ ଡଗ୍ସ ପାର୍ଟିର ଆୟୋଜନ ହେଉଥିଲା ବୋଲି ଏଥିରୁ ଏକପ୍ରକାର ସ୍ପଷ୍ଟ ହେଉଛି। ଏହାସହ ଏନ୍ସିବି ଫାର୍ମ ହାଉସ୍ର ସିସିଟିଭି ଫୁଟେଜ୍ ବି ଜବତ କରିଛି।