ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ସୁଶାନ୍ତ ରାଜପୁତ ‘ଡ୍ରଗ୍ ମାମଲା’ରେ ସମ୍ପୃକ୍ତ ଥିବା ସମସ୍ତ ୩୫ଜଣ ଅଭିଯୁକ୍ତଙ୍କ ନାଁରେ ‘ଏନ୍ସିବି’ ମଙ୍ଗଳବାର ଦିନ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଦାଏର କରିଛି।
ସୁଶାନ୍ତ ସିଂହ ରାଜପୁତଙ୍କ ସେ ସମୟର ବାନ୍ଧବୀ ୧୦ ନମ୍ବର ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ରିୟା ସାମୁଏଲ୍ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଗ୍ରହଣ ତାହାକୁ ସୁଶାନ୍ତ ସିଂହ ରାଜପୁତଙ୍କୁ ଯୋଗାଇଦେଇବା ସହ ୨୦୨୦ ମାର୍ଚରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଦେୟ ମଧ୍ୟ ପୈଠ କରିଥିଲେ।
Image Courtesy of The Times of Indiaଦାଏର କରିଥିବା ଅଭିଯୋଗରେ ‘ଏନ୍ସିବି’ କହିଛି, ୨୦୨୦ ମାର୍ଚରୁ ଡିସେମ୍ବର ମାସ ମଧ୍ୟରେ ଉପରୋକ୍ତ ଅଭିଯୁକ୍ତମାନେ ଡ୍ରଗ୍ ଯୋଗାଡ଼ କରି ଖରିଦ କରିବା, ବିକ୍ରି କରିବା, ପରିବହନ କରିବା ଏବଂ ସେସବୁକୁ ସମାଜର ଉଚ୍ଚବର୍ଗରେ ଏବଂ ବଲିଉଡ୍ରେ ବଣ୍ଟନ କରିବା ଭଳି ଅପରାଧିକ ଷଡ଼ଯନ୍ତ୍ରରେ ଲିପ୍ତଥିଲେ। ଏହାଛଡ଼ା, ସେମାନେ ଗଞ୍ଜେଇ, ଚରସ୍ ‘ଏଲ୍ଏସ୍ଡି’, କୋକେନ୍ ଏବଂ ଅନ୍ୟାନ୍ୟ ଡ୍ରଗ୍ ଖାଉଥିଲେ ମଧ୍ୟ। ୩୫ଜଣ ଅଭିଯୁକ୍ତଙ୍କ ନାମରେ ‘ଏନ୍ସିବି’ ସମୁଦାୟ ୩୮ଟି ମାମଲା ରୁଜୁ କରିଛି। ‘ନାକ୍ରୋଟିକ୍ସ୍ ଡ୍ରଗ୍ସ୍ ଆଣ୍ଡ୍ ସାଇକୋଥେରାପି ସବ୍ଷ୍ଟାନ୍ସ୍ (ଏନ୍ଡିପିଏସ୍) ଆକ୍ଟ୍’ ଅଧୀନସ୍ଥ ସ୍ବତନ୍ତ୍ର ଅଦାଲତଙ୍କୁ ‘ଏନ୍ସିବି’ ଉକ୍ତ ଅଭିଯୋଗ ପତ୍ରର ‘ଡ୍ରାଫ୍ଟ୍’ ହସ୍ତାନ୍ତର କରିଛି।
ସ୍ମରଣଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ୨୦୨୦ ଜୁନ୍ ୧୪ ତାରିଖ ଦିନ ତାଙ୍କ ବାସଭବନରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/rc.jpg)