ବଲିଉଡ ଅଭିନେତା ଅରମାନ କୋହଲିଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ: ପୁଣି ସକ୍ରିୟ ହୋଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଦଳ | ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ବଲିଉଡରେ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କରିବାକୁ ଅଣ୍ଟା ଭିଡିଥିଲା ଏନସିବି । ଆରମ୍ଭରୁ ଆକ୍ସନମୋଡରେ ଏନସିବି ତଦନ୍ତ କରୁଥିବା ବେଳେ ମଝିରେ ତଦନ୍ତରେ ଟିକେ ଶିଥିଳତା ଆସିଥିଲା। ହେଲେ ଏବେ ଏନସିବି ପୁଣି ସକ୍ରିୟ ହୋଇଛି । ଡ୍ରଗ୍ସ କାରବାର ଓ ବ୍ୟବହାର ମାମଲାରେ ବଲିଉଡର ଅନେକ କଳାକାରଙ୍କୁ ଏନସିବି ପଚରାଉଚରା କରିଥିବା ବେଳେ ଏବେ ଏନସିବି ଟାର୍ଗେଟକୁ ଆସିଛନ୍ତି ବଲିଉଡ କଳାକାର ଅରମାନ କୋହଲି | ଆଜି ଏନସିବି ଅରମାନଙ୍କ ଘରେ ଚଢାଉ କରିଛି ।

Bigg Boss 7 fame Armaan Kohli's younger brother Rajnish Kohli passes away  at the age of 44

ଏନସିବି ସୂତ୍ର ଅନୁଯାୟୀ, ସହରରେ ଏକାଧିକ ଚଢ଼ାଉ ବେଳେ ଅରମାନ କୋହଲିଙ୍କ ନାଁ ସାମ୍ନାକୁ ଆସିଥିଲା | ଜଣେ ଡ୍ରଗ୍ ବେପାରୀ ଗିରଫ ପରେ ଅରମାନଙ୍କ ସମ୍ପୃକ୍ତି ବିଷୟରେ କହିଥିଲେ | ଗିରଫ ହୋଇଥିବା ଯୁବକଙ୍କୁ ନେଇ ଏନସିବି ଅରମାନଙ୍କ ଘରେ ଚଢାଉ କରିଥିବା ଜଣାପଡିଛି | ଏବେ ଦେଖିବାକୁ ବାକିଅଛି କି ଅରମାନଙ୍କ ଘରୁ ଏନସିବିକୁ କ’ଣ ମିଳୁଛି ।

ଉଲ୍ଲେଖଯୋଗ୍ୟ, ଅରମାନ କୋହଲି ବିଗ ବସ୍-୭ର ଜଣେ ପ୍ରତିଯୋଗୀଭାବେ ନଜର ଆସିଥିଲେ । ବିଗ ବସ୍-୭ର ସେ ଜଣେ ବିବାଦୀୟ ପ୍ରତିଯୋଗୀ ଥିବା ବେଳେ ବାହାରକୁ ଆସିବା ପରେ ମଧ୍ୟ ବିବାଦ ତାଙ୍କ ପିଛା ଛାଡ଼ିନଥିଲା । ରିୟାଲିଟି ସୋ’ ସହ ସେ ଅନେକ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି |

ସମ୍ବନ୍ଧିତ ଖବର