ଖୁବ୍‌ ଶୀଘ୍ର ସାରା ଓ ଶ୍ରଦ୍ଧାଙ୍କୁ ଜେରା କରିବ ଏନ୍‌ସିବି

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ ଖୁବ୍‌ ଶୀଘ୍ର ସମନ୍‌ କରିପାରେ ନାର୍କୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)। ସୁଶାନ୍ତଙ୍କ ମୃତ୍ୟୁ ମା‌ମଲାରେ ଡ୍ରଗ୍‌ସ ସଂପୃକ୍ତି ସହ ଏହି ଦୁଇ ଅଭିନେତ୍ରୀଙ୍କ ନାମ ସାମ୍‌ନାକୁ ଆସିଛି। ଏନ୍‌ସିବି ସମ୍ମୁଖରେ ରିୟା ନିଜ ବୟାନ ଦେବା ସମୟରେ ଡ୍ରଗ୍‌ସ୍‌ ସଂପୃକ୍ତି ନେଇ ସାରାଙ୍କ ନାମ ନେଇଥିଲେ। ଅନ୍ୟପ‌ଟେ ‘ଛିଛୋରେ’ ଚଳଚ୍ଚିତ୍ରର ସଫଳତା ପାର୍ଟି ପାଇଁ ଶ୍ରଦ୍ଧା, ସୁଶାନ୍ତଙ୍କ ସହ ତାଙ୍କ ଲୋନାଭଲା ଫାର୍ମହାଉସ୍‌ ଯାଇଥି‌ଲେ। ସେଠାରେ ଡ୍ରଗ୍‌ସ୍‌ ପାର୍ଟି ହେଉଥିବାର ପ୍ରମାଣ ଏନ୍‌ସିବିର ହସ୍ତଗତ ହୋଇଛି। ବର୍ତ୍ତମାନ ରିୟା ଓ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତୀଙ୍କୁ ଏନ୍‌ସିବି ଡ୍ରଗ୍‌ସ୍‌ ସଂପୃକ୍ତି ନେଇ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ବେଳେ ଏହାର ବିଭିନ୍ନ ଦିଗ ନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର