ନୂଆଦିଲ୍ଲୀ:କଙ୍ଗନାରାଣାୱତ ଯାତ୍ରା କରୁଥିବାବିମାନରେଚଢ଼ିହଙ୍ଗମାକରିଥିବାଅଭିଯୋଗରେ୯ଜଣସାମ୍ବାଦିକଙ୍କଉପରେଇଣ୍ଡିଗୋଏୟାରଲାଇନ୍ସକଟକଣାଲଗାଇଛିଉକ୍ତ୯ଜଣସାମ୍ବାଦିକବିମାନରେଚଢ଼ିକଙ୍ଗନାଙ୍କଫଟୋତଥାଭିଡ଼ିଓନେବାପାଇଁବିମାନଭିତରେହଙ୍ଗାମାକରିଥିଲେଆଜିଇଣ୍ଡିଗୋପକ୍ଷରୁନେଇକାର୍ଯ୍ୟାନୁଷ୍ଠାନଘୋଷଣାକରାଯାଇଛି୧୫ଦିନଲାଗିଜଣଙ୍କଉପରେଉଡାଣନିଷେଧକଟକଣାଜାରିକରାଯାଇଛି

Advertisment

ସୂଚନାଯୋଗ୍ୟ, ସେପ୍ଟେମ୍ବର ୯ରେ କଙ୍ଗନା ଇଣ୍ଡିଗୋର ଫ୍ଲାଇଟ ନମ୍ବର ୬ଇ-୨୬୪ରେ ଚଣ୍ଡିଗଡ଼ରୁ ମୁମ୍ବାଇ ଯାଉଥିଲେ। ଏହି ସମୟରେ ସାମ୍ବାଦିକମାନେ କରୋନାର ସମସ୍ତ ଗାଇଡ ଲାଇନ ଉଲ୍ଲଘଂନ କରିଥିଲେ।  ଉକ୍ତ ୯ ଜଣ ସାମ୍ବାଦିକ ସାମାଜିକ ଦୂରତ୍ବ ରକ୍ଷା ନ କରି ବିମାନ ମଧ୍ୟରେ ଫଟୋଗ୍ରାଫି କରିଥିଲେ।

IndiGo bans 9 journalists for unruly behavior during Kangana Ranaut flight - कंगना रनौत की फ्लाइट में किया था हंगामा, IndiGo ने नौ पत्रकारों को किया बैन Navbharat Times

ଏହାପରେ ସାମ୍ବାଦିକଙ୍କ ନିୟମ ଉଲ୍ଲଘଂନ ସଂକ୍ରାନ୍ତରେ  ଡିଜିସିଏ ଇଣ୍ଡିଗୋକୁ ଏ ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏବେ ସେମାନଙ୍କ ଉପରେ ଇଣ୍ଡିଗୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯ଜଣଙ୍କ ଉଡାଣ ଉପରେ କଟକଣା ଲଗାଇଛି ।

ତେବେ ଏ କଟକଣା ଅକ୍ଟୋବର ୧୫ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗତମାସରେ ଡିଜିସିଏ ସ୍ପଷ୍ଟ କରିଥିଲା ଯେ ଯାତ୍ରୀ ବିମାନ ଭିତରେ ଫଟୋ ଉତ୍ତୋଳନ କରିପାରିବେ ଓ ଭିଡ଼ିଓ ପ୍ରସ୍ତୁତ କରିପାରିବେ। ମାତ୍ର ରେକଡିଂ ଉପକରଣ ବ୍ୟବହାର କରିପାରିବେ ନାହିଁ।