ନିନା ଗୁପ୍ତା ନିଜ ବ୍ୟକ୍ତିଗତ ଜୀବନକୁ ମୁକ୍ତ ଭାବେ ବୟାନ କରିଆସିଛନ୍ତି। ନିକଟରେ ନେହା ଧୂପିଆଙ୍କ ସୋ’ ‘ନୋ ଫିଲ୍ଟର ନେହା’ ରେ ନିନା ନିଜ ସ୍ବାମୀ ବିବେକ ମେହରାଙ୍କ ସମ୍ପର୍କରେ ଏକ ରୋଚକ କଥା ସାମ୍ନାକୁ ଆଣିଛନ୍ତି। ନିନା କହିଛନ୍ତି, ବିମାନରେ ଆମ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ଜଣେ ମହିଳା ନିଜ ସିଟ୍ ପରିବର୍ତନ କରିବାକୁ ଚାହୁଥିବା ବେଳେ ବିବେକ ତାଙ୍କ ସିଟ୍ ଉକ୍ତ ମହିଳାଙ୍କୁ ଦେଇ ମୋ ନିକଟରେ ବସି ପଡ଼ିଥିଲେ। ନିନା ଏକଥା ମଧ୍ୟ କହିଛନ୍ତି, ସେ ସବୁବେଳେ କହୁଛନ୍ତି ଯେ ତୁମେ ମତେ ଫସେଇଦେଲ। ପ୍ରଥମେ ଏକଥାକୁ ନେଇ ଯୁକ୍ତି କରୁଥିଲେ ବି ପରବର୍ତୀ ସମୟରେ ଆଉ ଏହାକୁ ନେଇ ଯୁକ୍ତି କରୁନାହିଁ। ବରଂ କହିଦେଉଛି ଯେ ହଁ ଫସେଇ ଦେଇଛି। ଯଦି ତୁମେ ମୋ ସହ ଦୁଃଖୀ ଅନୁଭବ କରୁଛ, ତାହେଲେ ମତେ ଛାଡ଼ି ଚାଲିଯାଅ, ଯଦି ସୁଖରେ ଅଛ ତେବେ ରୁହ।
ନିନା ଗୁପ୍ତାଙ୍କ ସ୍ବାମୀ କହୁଛନ୍ତି, ତୁମେ ମତେ ଫସେଇଦେଲ
/sambad/media/post_attachments/wp-content/uploads/2020/09/05neena5.jpg)