ଚୁମ୍ବନ୍‌ ଦେଇ ଆସି ରାତି ଯାକ ଶୋଇ ପାରିନଥିଲେ ଅଭିନେତ୍ରୀ ନୀନା ଗୁପ୍ତା

ମୁମ୍ବାଇ: ଅଭିନେତ୍ରୀ ନୀନା ଗୁପ୍ତା ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣି ପାରିଥିଲେ। ସେ ତାଙ୍କର ପ୍ରଥମ ଅନ୍-ସ୍କ୍ରିନ୍ ଚୁମ୍ବନ ପରେ ଯାହା କରିଥିଲେ ଆପଣ ଶୁଣିଲେ ଚକିତ ହୋଇଥିବେ। ନୀନାଙ୍କୁ ନେଟ୍‌ଫ୍ଲିକ୍ସ‌େରେ ଆଗକୁ ‘ଲଷ୍ଟ୍‌ ଷ୍ଟୋରି-୨’ରେ ଦେଖିବାକୁ ମିଳିବାକୁ ଥିବା ବେଳେ ସେ ତାଙ୍କ ଅତୀତର କିଛି ସ୍ମୃତିକୁ ମନେ ପକାଇଛନ୍ତି।

ସେ ଦୀଲିପ ଧ୍ବାଓନଙ୍କ ସହ ଟିଭିରେ ଏକ ଧାରାବାହିକ କରିବା ବେଳେ ତାଙ୍କୁ ଲିପ୍‌ କିସ୍‌ ବା ଓଠରେ ଚୁମ୍ବନ ଦେବାର ଏକ ଦୃଶ୍ୟ କରିବାକୁ ପଡ଼ିଥିଲା। ସେ ଦୃଶ୍ୟକୁ ନୀନା କରିଥିଲେ ମଧ୍ୟ। ତେବେ ସେହି ଦୃଶ୍ୟ କରିସାରି ସେ ଡେଟଲ୍‌ରେ ନିଜ ମୁହଁ ଧୋଇଥିଲେ ବୋଲି ନିକଟରେ ପ୍ରକାଶ କରିଛନ୍ତି। ଏହି ଘଟଣା ହେଉଛି ୧୯୯୦ ମସିହାରେ ‘ଦିଲ୍‌ଲଗି’ ଧାରାବାହିକର।

ସେହି ଦୃଶ୍ୟ କରିବା ପରେ ରାତି ଯାକ ଶୋଇ ପାରିନଥିଲେ ଅଭିନେତ୍ରୀ। ଜଣେ ଅଜଣା ପୁରୁଷଙ୍କୁ ଚୁମ୍ବନ ଦେବା ତାଙ୍କ ପାଇଁ ଖୁବ୍‌ କଷ୍ଟକର ଥିଲା। ନୀନା କହିଛନ୍ତି ଯେ ପରଦାରେ ଶାରୀରିକ ଅନ୍ତରଙ୍ଗତା ଦେଖାଇବା ସେତେବେଳେ ସେତେଟା ଚାଲିନଥିଲା। ଚ୍ୟାନେଲ ତରଫରୁ ଏହା ଭାରତୀୟ ଟିଭି ଇତିହାସରେ ପ୍ରଥମ ଥର ପାଇଁ କ୍ୟାମେରାରେ ଚୁମ୍ବନକୁ ଅନ୍ତର୍ଭୁକ୍ତ କରାଯାଇଥିଲା।

ସେ ଆହୁରି ବି କହିଛନ୍ତି ଯେ, ‘ଏହି ଘଟଣା ପରେ ମୁଁ ସାରା ରାତି ଶୋଇ ପାରିଲି ନାହିଁ। ସେ ଜଣେ ବନ୍ଧୁ ପରି ନଥିଲେ, ଆମେ ଖାଲି ପରିଚିତ ଥିଲୁ।ସେ ସୁନ୍ଦର ଦେଖାଯାଉଥିଲେ, କିନ୍ତୁ ସେ ପରିସ୍ଥିତିରେ ତାହା ଗୁରୁତ୍ୱପୂର୍ଣ୍ଣ ନଥିଲା। କାରଣ ଶାରୀରିକ ଏବଂ ମାନସିକ ସ୍ତରରେ ମୁଁ ପ୍ରସ୍ତୁତ ନଥିଲି।’

ସମ୍ବନ୍ଧିତ ଖବର