ବଲିଉଡ୍ର ଚକଲେଟ୍-ବୟ ରଣବୀର କପୁର୍ ଓ ଅଭିନେତ୍ରୀ କ୍ୟାଟ୍ରିନ୍ କୈଫ୍ ଦୀର୍ଘ ୬ ବର୍ଷ ଧରି ସଂପର୍କରେ ରହିବା ପରେ ଅଲଗା ହୋଇଥିଲେ। ତେବେ ଏହା ପଛରେ ରଣବୀରଙ୍କ ମା’ ନିତୁ କପୁରଙ୍କ ହାତ ଥିବା ନେଇ ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସେହି ଘଟଣାକୁ କେନ୍ଦ୍ର କରି ଏବେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ରଣବୀରର ଡେଟିଂ ଲାଇଫ୍ରେ ନିତୁ ସବୁବେଳେ ହସ୍ତକ୍ଷେପ କରନ୍ତି। ମୂଳରୁ ହିଁ ନିତୁ କ୍ୟାଟ୍ରିନାଙ୍କୁ ପସନ୍ଦ କରୁ ନଥିଲେ। କିନ୍ତୁ କ୍ୟାଟ୍ରିନାଙ୍କୁ ନ ଛାଡ଼ିବାରୁ ପୁଅ ରଣବୀର ସହ ତାଙ୍କର ସଂପର୍କ ଖରାପ ହୋଇଯାଇଥିଲା। ରଣବୀର ମଧ୍ୟ ବାପା-ମା’ଙ୍କୁ ଛାଡ଼ି କ୍ୟାଟ୍ଙ୍କ ସହ ଅଲଗା ଘରଭଡ଼ା ନେଇ ରହିଥିଲେ। ଆଉ ଏକ ସୂଚନାନୁସାରେ, ବଡ଼ଦିନ ଅବସରରେ ବାପା ଶଶି କପୁର ପରିବାରଲୋକଙ୍କ ପାଇଁ ଏକ ଉତ୍ସବର ଆୟୋଜନ କରିଥିଲେ। ସେଥିରେ କ୍ୟାଟ୍ରିନା ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ ନିତୁ ଫ୍ୟାମିଲି ଫଟୋରୁ କ୍ୟାଟ୍ଙ୍କୁ ବାଦ୍ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ।
ରଣବୀର-କ୍ୟାଟ୍ ପ୍ରେମ ବିଚ୍ଛେଦ ପଛରେ ନିତୁ!
/sambad/media/post_attachments/wp-content/uploads/2021/04/ranbir-katrina-main-image_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)