ଖ୍ୟାତନାମା ଅଭିନେତା ରିଷି କପୁରଙ୍କ ଦେହାନ୍ତକୁ ଇତିମଧ୍ୟରେ ମାସେ ପୂରିଛି। ଏହି ଅବସରରେ ଶନିବାର ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନିତୁ କପୁର ସେମାନଙ୍କର କିଛି ପୁରୁଣା ଫଟୋ ସହ ଏକ ସୁନ୍ଦର କବିତା ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ତାଙ୍କୁ ମନେ ପକାଇଛନ୍ତି। କବିତାଟି ହେଉଛି ‘ୱିସ୍ ମି ଲକ୍ ଆଜ୍ ୟୁ ୱେଭ୍ ମି ଗୁଡ୍ ବାଏ… ଅର୍ଥାତ୍ ମତେ ଛାଡ଼ି ଚାଲିଯାଇଛ.. କିନ୍ତୁ ମତେ ଭାଗ୍ୟବତୀ ହେବାର ଆଶୀର୍ବାଦ ଦିଅ…। ଏହି ଭାବବିହ୍ବଳ କବିତାକୁ ବଲିଉଡ୍ର ବହୁ ତାରକା ପସନ୍ଦ କରିଛନ୍ତି। ହ୍ରିତିକ୍ଙ୍କ ପୂର୍ବତନ ପତ୍ନୀ ସୁସାନେ ଖାନ୍ଙ୍କ ସମେତ ଏକ୍ତା କପୁର, ଅନୁପମ୍ ଖେର୍, ସୋନାଲି ବିନ୍ଦ୍ରେ, ଦିଆ ମିର୍ଜା ଓ ରିଚା ଚଡା ଆଦି ଏଥିରେ ମତ ରଖିଛନ୍ତି।