ମୁମ୍ବାଇ: ଦିବଂଗତ ବଲିଉଡ ଅଭିନେତା ଋଷି କପୁରଙ୍କ ମୃତ୍ୟୁ ପରେ କାମ କରିବା ପାଇଁ ଡରୁଥିଲେ ନୀତୁ କପୁର। ଏ କଥା ଆମେ ନୁହେଁ ନିଜେ ନୀତୁ କପୁର କହିଛନ୍ତି | 'ଫାବୁଲସ ଲାଇଫ ଅଫ ବଲିଉଡ ୱାଇଫସ'ର ସିଜିନ-୩ରେ ଏବେ ନୀତୁ-ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ନଜର ଆସୁଛନ୍ତି | ଏବେ ରିଦ୍ଧିମାଙ୍କ ସହ ନୀତୁ କପୁର ମଧ୍ୟ ସୋ'ରେ ନଜର ଆସିଥିବା ବେଳେ ଋଷି କପୁରଙ୍କ ମୃତ୍ୟୁ ପରେ ତାଙ୍କର କିଭଳି ଅବସ୍ଥା ହୋଇଥିଲା ତାହା ଜଣାଇଛନ୍ତି |

Advertisment

'ଫାବୁଲସ ଲାଇଫ ଅଫ ବଲିଉଡ ୱାଇଫସ'ର ଏକ ଅଧ୍ୟାୟରେ ନୀତୁ କହିଛନ୍ତି ଯେ, "୨୦୨୦ ରେ ଋଷି କପୁରଙ୍କ ମୃତ୍ୟୁ ପରେ ମୁଁ କାମ କରିବାକୁ ପ୍ରସ୍ତୁତ ନଥିଲି। ମୋତେ ଲୋକେ ଟ୍ରୋଲ କରିବେ ବୋଲି ମୁଁ ଭାବୁଥିଲି | ଏହି ଭୟ ମୋ ମନରେ ଅନେକ ଦିନ ରହିଥିଲା | ହେଲେ ରଣବୀର ଏବଂ ରିଦ୍ଧିମା ମୋତେ କାମ କରିବା ପାଇଁ ସାହସ ଦେଇଥିଲେ | ଏହା ପରେ ମୁଁ କାମ କରିଥିଲି | ଯଦି ମୁଁ ଘରେ ରହିଯାଇଥାନ୍ତି, ତେବେ ପାଗଳ ହୋଇଯାଇଥାନ୍ତି | କାମ କରିବାରୁ ମୁଁ ଜୀବନରେ ଖୁସି ପାଇପାରିଲି |"