ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ସବୁଠାରୁ ଯଦି କିଏ ଅଧିକ ଖୁସି ହେଉଛନ୍ତି, ସେ ହେଉଛନ୍ତି ନୂଆ କରି ଶାଶୁ ବନିଥିବା ନିତୁ କପୁର। ସେ ତାଙ୍କ ବୋହୂ ଆଲିଆଙ୍କର ଯେଉଁଭଳି ଭାବେ ପ୍ରଶଂସା କରୁଛନ୍ତି ତାହା ଶାଶୁ-ବୋହୂ ସଂପର୍କ ପାଇଁ ଏକ ଉଦାହରଣ ନିଶ୍ଚୟ। ସ୍ବାମୀ ଋଷି କପୁର ଯିବା ପରେ ଏକଦମ ଏକୁଟିଆ ହୋଇ ଯାଇଥିଲେ ନିତୁ। ବୋହୂ ଆସିବା ପରେ ତାଙ୍କୁ ଯେପରି ନୂଆ ସାଥୀଟିଏ ମିଳିଯାଇଛି। ସେ ଏବେ ଘରର ସମସ୍ତ ଦାୟିତ୍ବରୁ ନିଜକୁ ମୁକ୍ତ କରି ଅାଲିଆଙ୍କୁ ସେ ଦାୟିତ୍ବ ସମର୍ପିବାକୁ ଚାହାନ୍ତି। ସେ ଚାହାନ୍ତି ଆଲିଆ ହିଁ ଏବେ ତାଙ୍କ ଘରେ ରାଜ୍ କରନ୍ତୁ ବୋଲି।
View this post on Instagram
ଡ୍ୟାନ୍ସ ଦିୱାନେ ଜୁନିୟର୍ସ ମଞ୍ଚ ଉପରେ ନିତୁ ଏପରି କିଛି ଉତ୍ତର ଦେଉଥିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଡ୍ୟାନ୍ସ ଦିୱାନେ ଜୁନିୟର୍ସର ଏକ ପ୍ରୋମୋ ଭିଡିଓ ସୋସିଆଲ୍ ମିଡିଆରେ ଘୂରିବାରେ ଲାଗିଛି। ନିତୁ ନୋରା ଫତେହିଙ୍କ କଡ଼ ଚେୟାରରେ ବସିଛନ୍ତି। ମଞ୍ଚ ଉପରେ ଉପସ୍ଥାପକ କରଣ କୁନ୍ଦ୍ରା ନିତୁଙ୍କୁ କହୁଛନ୍ତି, ଆପଣ ତ ଶାଶୂ ବନି ସାରିଲେଣି। ଘରେ ଏବେ ଶାଶୂଙ୍କର ଚାଲୁଛି ନା ବୋହୂଙ୍କର? ଉତ୍ତରରେ ନିତୁ କହୁଛନ୍ତି ଖାଲି ବୋହୂର। ମୁଁ ଚାହୁଁଛି ଘରେ ଆଗକୁ ବୋହୂର ହି ଚାଲୁ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଚଳିତମାସ ୨୩ ତାରିଖରେ ସୋ’ ଆରମ୍ଭ ହେବାକୁ ଯାଉଛି। ଏଥିରେ ନୋରା ଫତେହି ଜଜ୍ ହୋଇଥିବା ନଜର ଆସିଛନ୍ତି। ସୋ’କୁ ହୋଷ୍ଟିଂ କରୁଛନ୍ତି କରଣ କୁନ୍ଦ୍ରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/0tgptlp8_alia-bhatt-instagram_625x300_08_July_20.jpg)