ଫଟୋ ସେୟାର କରି ନିଜ ଦୁଃଖ ବଖାଣିଲେ ନୀତୁ ସିଂହ, ବିବାହର ୩୮ବର୍ଷ ପରେ ସ୍ୱାମୀ-ସ୍ତ୍ରୀର ସଂପର୍କ ଏଭଳି ହୋଇଯାଏ ବୋଲି କହିଲେ
ମୁମ୍ବାଇ : ଅଭିନେତ୍ରୀ ନୀତୁ ସିଂହ ଏବଂ ଅଭିନେତା ଋଷି କପୁର ବଲିଉଡ୍ର ଏଭରଗ୍ରିନ୍ ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ । ଜୀବନର ସବୁ ଦୁଃଖସୁଖରେ ଦୁହେଁ ପରସ୍ପରର ସାଥୀରେ ଥିବା ବେଳେ ଏବେ ଦୁହେଁ ଆମେରିକାରେ ଥିବା ଜଣାପଡ଼ିଛି । ଋଷି କପୁରଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବା ପରେ ସେ ଆମେରିକାରେ ରହି ନିଜର ଚିକତ୍ସା କରାଉଥିବା ବେଳେ ନୀତୁ ସିଂହ ତାଙ୍କ ସହ ରହୁଛନ୍ତି । ତେବେ ଦୁହିଁଙ୍କ ଯୋଡ଼ିକୁ ଏଭରଗ୍ରିନ୍ ଯୋଡ଼ି କୁହାଯାଉଥିବା ବେଳେ ନୀତୁ ସିଂହ ବିବାହର କିଛି ବର୍ଷ ବିତିଯିବା ପରେ ଅବସ୍ଥା କେମିତି ହୋଇଥାଏ,ତାହା ଜଣାଇଛନ୍ତି ।
ଋଷିଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଲଞ୍ଚ ଡେଟ୍, ବିବାହର ୩୮ବର୍ଷ ପରେ ଏହା ହିଁ ହୁଏ । ସ୍ୱାମୀ ଫୋନ ଦେଖୁଛନ୍ତି ଏବଂ ମୁଁ ସେଲ୍ଫି ନେଉଛି। ସେୟାର କରାଯାଇଥିବା ଫଟୋରେ ଋଷି କପୁର ନିଜର ଫୋନରେ ବ୍ୟସ୍ତ ଥିବା ଦେଖାଯାଇଛି ।

ସୂଚନା ମୁତାବକ, ସେପ୍ଟମ୍ବର ୨୯ରେ ଋଷି କପୁର ଆମେରିକା ଯାଇଥିଲେ । ସେତେବେଳେ ସୋସିଆଲ ମିଡିଆରେ ସେ ସମସ୍ତଙ୍କୁ ଚିକିତ୍ସା ପାଇଁ ଆମେରିକା ଯାଉଛି ବୋଲି ଲେଖିଥିଲେ । ଯାହା ପରେ ଋଷି କପୁରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କଥା ସାମ୍ନାକୁ ଆସିଥିଲା ।