ଅନୁ ମଲିକଙ୍କ ବିରୋଧରେ ପୁଣି ଆସିଲା #ମି ଠୁ ଅଭିଯୋଗ, ଟୁଇଟ୍ କରି ପ୍ରକାଶ କଲେ ଗାୟିକା ନେହା ଭାସିନ୍

ମୁମ୍ବାଇ: ମ୍ୟୁଜିକ୍‌ କମ୍ପୋଜର ଅନୁ ମଲିକଙ୍କ ଉପରେ ଗାୟିକା ସୋନା ମହାପାତ୍ର ଓ ଶ୍ୱେତା ପଣ୍ଡିତ ଗତ ବର୍ଷ #ମିଠୁ ଅଭିଯାନ ଆଧାରରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ। ଗୁରୁବାର ସୋନା ମହାପାତ୍ରଙ୍କ ଏକ ଟୁଇଟର ପ୍ରତିକ୍ରିୟା ଦେଇ ଗାୟିକା ନେହା ଭସିନ୍‌ ଅନୁ ମଲିକ ତାଙ୍କ ସହିତ ଅସୌଜନ୍ୟ ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି।

କିଛିଦିନ ତଳେ ଗାୟିକା ସୋନା ମହାପାତ୍ର ଏକ ଟୁଇଟ କରି କହିଥିଲେ କି, କ’ଣ ଆମ ଦେଶକୁ ଜାଗୃତ ହେବା ପାଇଁ ‘ନର୍ଭୟା କାଣ୍ଡ’ ଭଳି ଘଟଣା ଘଟିବା ଦରକାର କି? ଏହି ଟୁଇଟକୁ ନେଇ ନିଜର ମତାମତ ଦେଇ ନେହା ଭସିନ୍‌ ଲେଖିଛନ୍ତି, ‘ମୁଁ ତୁମକୁ ସମର୍ଥନ କରୁଛି। ଆମେ ଏକ ସେକ୍ସିଷ୍ଟ ଓ୍ଵାଲର୍ଡରେ ବାସବାସ କରୁଛେ।  ଅନୁ ମଲିକ ଜଣେ ପ୍ରିଡେଟର। ୨୧ବର୍ଷ ବୟସରେ ମୁଁ ନିଜେ ତାଙ୍କ ଖରାପ ବ୍ୟବହାରର ଶିକାର ହୋଇ ଦୌଡ଼ି ପଳାଇ ଆସିଥିଲି।’

ସେ ସୋଫାରେ ଶୋଇ ଷ୍ଟୁଡିଓରେ ମୋର ଆଖିକୁ ଦେଖି ଅଶ୍ଳୀଳ ଚାହାଣି ଦେଉଥିଲେ । ଏଭଳି ପରିସ୍ଥିତି ଅସ୍ୱାଭାବିକ ଲାଗିବାରୁ ମା’ ତଳେ ଛିଡା ହୋଇ ଅପେକ୍ଷା କରୁଛନ୍ତି ବୋଲି ମିଛରେ କହି ସେଠାରୁ ମୁଁ ଚାଲି ଆସିଥିଲି। ଏହାପରେ ସେ ମେସେଜ ଓ କଲ ବି କରିଥିଲେ, ଯାହାର ମୁଁ ଉତ୍ତର ଦେଇ ନ ଥିଲି। ଏହା ସେହି ସମୟର କଥା, ଯେତେବେଳେ ମୋ ସ୍ୱର ଶୁଣି ଗୀତ ଗାଇବାର ସୁଯୋଗ ଦେବେ ବୋଲି ଭାବି ମୁଁ ଅନୁ ମଲିକଙ୍କ ପାଖକୁ ମୋର ସିଡି ନେଇ ଯାଇଥିଲି। ସେ ମୋ’ଠାରୁ ବୟସରେ ଯଥେଷ୍ଟ ବଡ଼, ତେଣୁ ତାଙ୍କୁ ଏଭଳି କରିବାର ନ ଥିଲା।’

ସମ୍ବନ୍ଧିତ ଖବର