ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ବଲିଉଡ୍‌ର ଏହି ୫ ଅଭିନେତ୍ରୀ

ମେ୧୦,୨୦୧୮ରେ ଅଙ୍ଗଦ ବେଦୀଙ୍କୁ ହଠାତ୍‌ ବିବାହ କରି ନେଇଥିଲେ ନେହ ଧୁପିଆ । ତାଙ୍କର ଏଭଳି ହଠାତ୍‌ ବିବାହ କରିନେବା ପଛର କାରଣ କେହି ଜାଣି ପାରୁ ନଥିବା ବେଳେ ପରେ ନେହା ଗର୍ଭବତୀ ଥିବାରୁ ଦୁଇ ଜଣ ଏପରି କରିଥିବା ଜଣା ପଡ଼ିଥିଲା । କିନ୍ତୁ ଦୁଇ ଜଣ ହିଁ ନେହା ଗର୍ଭବତୀ ଥିବା ନେଇ ସ୍ୱୀକାର କରି ନଥିଲେ । ଏବେ ନେହା ନିଜର ଗର୍ଭବତୀ ଥିବା ସ୍ୱୀକାର କରିବା ସହ ନିଜର ଫଟୋ ଇନ୍‌ଷ୍ଟାରେ ସେୟାର କରିଥିବା ଦେଖାଯାଇଛି । ତେବେ ନେହା ପ୍ରଥମ ନୁହେଁ,ବଲିଉଡ୍‌ରେ ଆହୁରି ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ।

୧.ଏହି ଲିଷ୍ଟରେ ପ୍ରଥମ ନାଁ ଆସୁଛି ଶ୍ରୀଦେବୀଙ୍କର । ସେ କେବଳ ବିବାହ ପୂର୍ବରୁ ଗର୍ଭବତୀ ହୋଇ ନଥିଲେ । ବରଂ ଜଣେ ଏମିତି ଅଭିନେତ୍ରୀ ଥିଲେ ଯିଏକି ନିଜ ଗର୍ଭବତୀ ଥିବା କଥା ବିବାହ ପୂର୍ବରୁ ନିଜେ ସର୍ବସମ୍ମୁଖରେ ଜଣାଇଥିଲେ । ସେ ସମୟରେ ବୋନି କପୁର ମୋନାଙ୍କ ସହ ବିବାହ ବନ୍ଧନରେ ଥିବା ବେଳେ ଶ୍ରୀଦେବୀଙ୍କ ପାଇଁ ସେ ମୋନାଙ୍କୁ ଛାଡ଼ପତ୍ର ଦେଇଥିଲେ । ପରେ ଶ୍ରୀଦେବୀଙ୍କୁ ବିବାହ କରିବାର ୯ ମାସ ପରେ ଜାହ୍ନବୀ ଜନ୍ମଗ୍ରହଣ କରିଥିଲେ ।

bhaskar.com

୨.ସେପ୍ଟେମ୍ବର ୨୦୧୦ରେ ପ୍ରେମିକ ରଣବୀର ସୁରୀଙ୍କୁ ବିବାହ କରିଥିଲେ ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା । ବିବାହର ଖୁବ୍‌ କମ ଦିନ ପରେ କୋଙ୍କଣା ଗର୍ଭବତୀ ଥିବା ଜଣା ପଡ଼ିଥିଲା । ମାର୍ଚ୍ଚ ୧୫,୨୦୧୧ କୋଙ୍କଣା ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ ।

bhaskar.com

୩.ଅଭିନେତ୍ରୀ ଲିସା ହେଡ଼େନ୍‌ ନିଜ ଗର୍ଭବତୀ ହେବାର ଖବର ଇନ୍‌ଷ୍ଟାଗ୍ରାମରେ ଏକ ବିକିନି ଫଟୋ ସେୟାର କରି ଜଣାଇଥିଲେ । ସେ ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ବୋଲି ଖବର ଆସିଥିଲା।

bhaskar.com

୪.ଅଭିନେତ୍ରୀ ସେଲିନା ଜେଟ୍‌ଲୀ ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ । ୨୦୧୧ରେ ସେ ପିଟର ହଗ୍‌ଙ୍କ ବିବାହ କରିଥିବା ବେଳେ ବିବାହର ୮ମାସ ମଧ୍ୟରେ ସେ ଯମଜ ସନ୍ତାନକୁ ଜନ୍ମ ଦେଇଥିଲେ ।

bhaskar.com

୫.ଅଭିନେତ୍ରୀ ନୀନା ଗୁପ୍ତା କ୍ରିକେଟର ଭିଭିୟନ ରିଚାର୍ଡ଼ଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । କିନ୍ତୁ ଦୁହିଁଙ୍କ ବିବାହ ହୋଇ ନ ଥିଲେ ମଧ୍ୟ ନୀନା ଶିଶୁ କନ୍ୟାକୁ ଜନ୍ମ ଦେଇ ଏକା ତାଙ୍କର ଲାଳନ ପାଳନ କରିଥିଲେ।

bhaskar.com
ସମ୍ବନ୍ଧିତ ଖବର