ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆ ଓ ସ୍ବାମୀ ଅଙ୍ଗଦ ବେଦୀ ପ୍ରଶଂସକଙ୍କୁ ପୁଣି ଥରେ ଖୁସି ଖବର ଦେଇଛନ୍ତି। ସେମାନଙ୍କ ପୂର୍ବରୁ ଏକ ଝିଅ ଥିବା ବେଳେ ପୁଣି ଥରେ ମାଆ ବନିବାକୁ ଯାଉଛନ୍ତି ନେହା। ନେହାଙ୍କ ଝିଅର ନାଁ ମେହେର୍।

Advertisment

ନେହା ତାଙ୍କ ସୋସିଆଲ୍‌ ମିଡିଆ ଅକାଉଣ୍ଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ସ୍ବାମୀ ଅଙ୍ଗଦ, ଝିଅ ନେହାଙ୍କ ସହ ନିଜର ଏକ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି, ଯେଉଁଥିରେ ନେହା ଏକ କଳା ରଂଗର ଗାଉନ ପିନ୍ଧିଛନ୍ତି। ସେଥିରେ ସ୍ପଷ୍ଟ ଭାବେ ନେହାଙ୍କ ବେବି-ବମ୍ପ୍ ଦେଖିବାକୁ ମିଳିଛି।

ସେ ଫଟୋ ସେୟାର କରି ସେଥିରେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ଏହି କ୍ୟାପ୍‌ସନ୍‌ ଭାବିବାକୁ ଆମକୁ ୨ ଦିନ ସମୟ ଲାଗିଗଲା। ସବୁଠାରୁ ଭଲ କ୍ୟାପ୍‌ସନ୍‌ଟି ଆମ ମନକୁ ଆସିଲା, ‘ଧନ୍ୟବାଦ୍‌ ଈଶ୍ବର’।’

ସମାନ ପୋଷ୍ଟ୍‌କୁ ଅଙ୍ଗଦ ସେୟାର୍‌ କରି ଲେଖିଛନ୍ତି, ‘ଖୁବ୍‌ ଶୀଘ୍ର ନୂଆ ହୋମ୍‌ ପ୍ରଡକ୍ସନ ଆସୁଛି।’