ମାଆ ହେଲେ ନେହା ଧୂପିଆ

ମୁମ୍ବାଇ : ବଲିଉଡର ଜଣାଶୁଣା ନାୟିକା ନେହା ଧୂପିଆ ଆଜି ସକାଳେ ମାଆ ହେବାର ଗୌରବ ଲାଭ କରିଛନ୍ତି। ସେ ଏକ କନ୍ୟା ସନ୍ତାନର ମାଆ ହୋଇଥିବା ଜଣାପଡ଼ିଛି। ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସନ୍ତାନ ପ୍ରସବ କରିଛନ୍ତି। ଉଭୟ ମାଆ ଏବଂ ଝିଅ ଭଲ ଥିବା ବି କୁହାଯାଉଛି। ନେହାଙ୍କର ସ୍ୱାମୀ ହେଉଛନ୍ତି ଅଭିନେତା ଅନଙ୍ଗ ବେଦୀ। ଅଭିନେତ୍ରୀ ନେହା ଧୁପିଆ ଓ ଅଙ୍ଗଦ ବେଦୀ ୨୦୧୮ ମସିହାରେ ମେ ମାସରେ ଅଚାନକ ବିବାହ କରିଥିଲେ ।

ନେହା ଗର୍ଭବତୀ ଥିବାରୁ ହିଁ ସେମାନେ ଏଭଳି ଭାବେ  ନିଷ୍ପତ୍ତି ନେଇଥିଲେ ବୋଲି ଜୋର୍ ଚର୍ଚ୍ଚା ହୋଇଥିଲା। ଯେତେ ଲୁଚାଇଲେ ବି ସତ ଲୁଚି ରହିନଥିଲା, ନେହାଙ୍କ ବେବି ବମ୍ପ୍ ତାହାକୁ ପଦାରେ ପକାଇ ଦେଇଥିଲା। ଏପରିକି ନେହା ଗର୍ଭବତୀ ଥିବା କଥା ତାଙ୍କ ବାପା ଶେଷ ପର୍ଯ୍ୟନ୍ତ ଗଣମାଧ୍ୟକୁ ମନା କରି ଆସୁଥିବା ବେଳେ ଶେଷରେ ଅଗଷ୍ଟ ୨୪ ତାରିଖରେ ଏହି ଦମ୍ପତି ଖବର ସତ୍ୟାସତ୍ୟକୁ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର