ଗର୍ଭବତୀ ଥିବାରୁ ନେହା ହଠାତ୍‌ ବିବାହ କରିବା ନେଇ ହେଉଥିବା ଚର୍ଚ୍ଚା ପରେ ମୁହଁ ଖୋଲିଲେ ନେହାଙ୍କ ବାପା

ମୁମ୍ବାଇ : ସୋନମ ଏବଂ ଆନନ୍ଦଙ୍କ ବିବାହ ଖବର ଚର୍ଚ୍ଚାରେ ଥିବା ବେଳେ ନିଜ ବିବାହ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ । କାହାକୁ କିଛି ନ ଜଣାଇ ଏକ ଗୁରୁଦ୍ୱାରରେ ନିଜର ପୁରୁଣା ବନ୍ଧୁ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ ନେହା । ଶିଖ୍‌ ରୀତିନିତିରେ ସେ ବିବାହ କରିଥିବା ବେଳେ ତାଙ୍କ ବିବାହ ଖବରକୁ ସର୍ବସମ୍ମୁଖକୁ ଆଣିଥିଲେ ତାଙ୍କର ଭଲ ବନ୍ଧୁ କରଣ ଜୋହର । ତେବେ ନେହା ଏମିତି ହଠାତ୍‌ କାହାକୁ କିଛି ନ ଜଣାଇ ବିବାହ କ’ଣ ପାଇଁ କଲେ ସେ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ପ୍ରଶଂସକ । କିଛି ଲୋକ ନେହା ଗର୍ଭବତୀ ଥିବାରୁ ଏମିତି ବିବାହ କରିଛନ୍ତି ବୋଲି ମଧ୍ୟ କହିବା ଆରମ୍ଭ କରି ଦେଇଥିଲେ ।

BollywoodShaadis.com

ତେବେ ଏତେ ସବୁ ଚର୍ଚ୍ଚା ପରେ ମୁହଁ ଖୋଲିଛନ୍ତି ନେହାଙ୍କ ବାପା ପ୍ରଦୀପ ଧୂପିଆ । ସେ କହିଛନ୍ତି, “ଆପଣମାନେ ଯାହା ଭାବୁଛନ୍ତି ସେମିତି ଜମା ବି ନୁହେଁ । ନେହା ଗର୍ଭବତୀ ଥିବାରୁ ଏପରି କାହାକୁ ନ କହି ବିବାହ କରିଛନ୍ତି ବୋଲି ଖବର ମୁଁ ଶୁଣିବାକୁ ପାଇଲି, ଯାହା କି ସଂପୁର୍ଣ୍ଣ ଭୁଲ । ଏହା ଦୁଇ ପରିବାର ସମେତ ନେହା ଏବଂ ଅଙ୍ଗଦଙ୍କ ନିଷ୍ପତ୍ତିି ଥିଲା । କାମକୁ ନେଇ ଦୁଇ ଜଣଙ୍କ ପାଖରେ ସମୟ ନ ଥିଲା ଏବଂ ବିବାହ ପାଇଁ ୨-୩ ଦିନ ଭଲ ସମୟ ଥିବାରୁ ଡ଼େରି ନ କରି ଆମେ ବିବାହ କରିବାକୁ ଭାବିଥିଲୁ । ଏତେ କମ ସମୟ ମଧ୍ୟରେ ଆମେ କାହାକୁ ଜଣାଇ ପାରି ନଥିଲୁ।” ରିସେପ୍‌ସନ କଥାକୁ ନେଇ ପଚରାଯିବାରୁ “ସେ ଏବେ ଏକ ଚ୍ୟାରିଟି ସୋ’ ପାଇଁ ଆମେରିକା ଯାଇଛନ୍ତି । ଆସିବା ପରେ କେବେ ଏବଂ କେଉଁଠି ରଖିବେ ତାହା ଆପଣ ଜାଣି ପାରିବେ” ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର