ପ୍ରସବର କିଛି ସମୟ ପରେ କାମକୁ ଫେରିଥିଲେ ନେହା ଧୁପିଆ, ମାଗିଥିଲେ ଦୁଇଘଣ୍ଟାର ସମୟ

ମୁମ୍ବାଇ: ଅଭିନେତ୍ରୀ ନେହା ଧୁପିଆ ସମ୍ପ୍ରତି  ମାତୃତ୍ବକୁ ଉପଭୋଗ କରୁଛନ୍ତି। ସେ ଅନ୍ତସତ୍ତ୍ୱା ଥିବା ସମୟରେ ବି କାମ କରିବା ଜାରି ରଖିଥିଲେ। ନେହା ଧୁପିଆ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ନିଜର ପ୍ରସବ ସହିତ ଜଡ଼ିତ ଅନୁଭବକୁ ସେୟାର କରିଛନ୍ତି।

ନେହା ଧୁପିଆ କହିଥିଲେ, ‘ମୁଁ ସବୁବେଳେ ଯାହାକୁ ଯାହା କଥା ଦେଇଥାଏ ତାହାକୁ ଆଗେ ପୂରା କରିଥାଏ। ତେଣୁ ପ୍ରସବ ହେବାର ସଙ୍ଗେସଙ୍ଗେ ମୁଁ କାମ ଆରମ୍ଭ କରି ଦେଇଥିଲି। କାରଣ #NoFilterNeha ସିଜନ-୩ର ଏକ ଅଧ୍ୟାୟର ମୁଁ ଏଡିଟିଂ କରୁଥିଲି। ମୋତେ ଭିକ୍କି କୌଶଳଙ୍କ ଅଧ୍ୟାୟର ପ୍ରୋମୋ ନିଶ୍ଚିତ ହୋଇଥିବା ସମୟସୀମା ପୂର୍ବରୁ ଶେଷ କରିବାର ଥିଲା। ଏହି କାମ ଚାଲିଥିବା ସମୟରେ ମୋର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଏମିତିରେ ମୁଁ ମୋର ଟିମ୍‌କୁ ଦୁଇଘଣ୍ଟାର ସମୟ ମାଗିଥିଲି। ଏହାପରେ ମୋତେ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ପ୍ରସବ ହେବା ପରେ ମୁଁ ତୁରନ୍ତ ଫୋନ୍‌ ମାଗି ପାଖରେ ନିଜର ନବଜାତ କନ୍ୟା ସନ୍ତାନକୁ ପାଖରେ ରଖି ଅଧା ଥିବା କାମକୁ ପୂରା କରିଥିଲି।’

ସମ୍ବନ୍ଧିତ ଖବର