ଏମିତି ଆରମ୍ଭ ହୋଇଥିଲା ନେହା ଓ ରୋହନପ୍ରୀତଙ୍କ ପ୍ରେମ କାହାଣୀ…

ମୁମ୍ବାଇ: ଗତ କିଛି ହେବ ଚର୍ଚ୍ଚାରେ ରହିଛନ୍ତି କଣ୍ଠଶିଳ୍ପୀ ନେହା କକ୍କର। ଦିଲ୍ଲୀର ଗୁରୁଦ୍ୱାରାରେ ନିଜ ପ୍ରେମିକ ରୋହନପ୍ରୀତଙ୍କୁ ବିବାହ କରିବା ପରେ ନେହାଙ୍କ ପ୍ରେମ ସଂପର୍କ କିପରି ଆରମ୍ଭ ହୋଇଥିଲା ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ନିକଟରେ ରୋହନପ୍ରୀତ ପ୍ରକାଶ କରିଛନ୍ତି ଯେ ଏକ ମ୍ୟୁଜିକ୍‌ ଭିିଡିଓ ସୁଟିଂ ସମୟରୁ ତାଙ୍କର ନେହାଙ୍କ ସହ ପ୍ରଥମେ ଦେଖା ହୋଇଥିଲା। ‘ନେହୁ ଦ ବ୍ୟାହା’ ଶୀର୍ଷକ ଭିଡିଓରେ ନେହାଙ୍କ ସହ ନଜର ଆସିଥିଲେ ରୋହନପ୍ରୀତ। ରୋହନପ୍ରୀତ କୁହନ୍ତି କି ‘ମୁଁ କେବେ ଭାବି ବି ନଥିଲି ଯେ ଗୀତରେ ଯାହା ସବୁ ଥିଲା ମୁଁ ତାହା ସବୁ ମୋ ଜୀବନରେ ଘଟିବ ବୋଲି। ଏହା ମୋ ଜୀବନକୁ ସର୍ବଶ୍ରେଷ୍ଠ ରୂପରେ ବଦଳାଇ ଦେଇଛି।’

NDTV.com

ସେହିପରି ନେହା କହନ୍ତି କି ସେ ରୋହନପ୍ରୀତଙ୍କ ବ୍ୟବହାର ଓ ଚେହେରା ଦେଖି ଆକର୍ଷିତ ହୋଇଥିଲେ। ପ୍ରାରମ୍ଭରୁ ରୋହନପ୍ରୀତଙ୍କୁ ଦେଖିବା ପରେ ନିଜ ଭିତରେ ରୋହନପ୍ରୀତଙ୍କ ପ୍ରତି ଏକ ଭାବନା ସୃଷ୍ଟି ହୋଇଥିଲା ନେହାଙ୍କ ମନରେ। ନେହାଙ୍କୁ ପ୍ରଥମ ଥର ଦେଖିବା ପରେ ହିଁ ରୋହନପ୍ରୀତଙ୍କର ପ୍ରେମ ହୋଇ ଯାଇଥିଲା। ଜଣେ ପ୍ରସିଦ୍ଧ ସେଲିବ୍ରେଟି ହୋଇ ମଧ୍ୟ ତାଙ୍କ ଶାନ୍ତ ସ୍ବାଭାବ ରୋହନପ୍ରୀତଙ୍କୁ ଆକର୍ଷିତ କରିଥିଲା।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ‌ହୋଇଛନ୍ତି ନେହା କକ୍କର ଓ ରୋହନପ୍ରୀତ। ସୂଚନା ମୁତାବକ, ଅଭିନେତା ହିମାଂଶ କୋହଲିଙ୍କଠାରୁ ଅଲଗା ହେବା ପରେ ନେହା ଖୁବ ଭାଙ୍ଗି ପଡ଼ିଥିଲେ। କିନ୍ତୁ ସମୟ ସହ ସେ ପୁଣି ଥରେ ନିଜକୁ ଦୃଢ କରି ଆଗକୁ ବଢ଼ିଥିଲେ। ଅକ୍ଟୋବର ୯ରେ ହଠାତ ସେ ରୋହନପ୍ରୀତଙ୍କ ସହ ପ୍ରେମ ସମ୍ପର୍କରେ ଥିବା କଥା ନିଜ ଇନଷ୍ଟା ପୋଷ୍ଟ ମାଧ୍ୟମରେ ଜଣାଇଥିଲେ। ଏହା ପରଠାରୁ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ସମ୍ବନ୍ଧିତ ଖବର