ନେହା କକ୍କଡ଼ଙ୍କ ଉଦାରତା, ଫାୟାର ବ୍ରିଗେଡ୍ କର୍ମୀଙ୍କୁ ଦେଲେ ୨ ଲକ୍ଷ ଟଙ୍କା
ମୁମ୍ବାଇ: ରିୟଲିଟି ସୋ’ ଇଣ୍ଡିୟାନ ଆଇଡଲର ଜଜ୍ ତଥା ବଲିଉଡ ଗାୟିକା ନେହା କକ୍କଡ ଏବେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ନେହା ଜଣେ ଦମକଳ କର୍ମୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ନେହା ଇଣ୍ଡିୟାନ ଆଇଡଲର ଜଣେ ପ୍ରତିଯୋଗୀଙ୍କୁ ପରିବାର ସହ ଦୀପାବଳି ପାଳିବା ପାଇଁ ୧ ଲକ୍ଷ ଟଙ୍କା ଦେଇ ସାହାଯ୍ୟ କରିଥିଲେ। ୭୧ତମ ଗଣତନ୍ତ୍ର ଦିବସ ଅବସରରେ ଇଣ୍ଡିଆନ ଆଇଡଲ ରିଅଲିଟି ସୋ’ ରେ ଏକ ବିଶେଷ ଏପିସୋଡ଼ର ଆୟୋଜନ କରାଯାଇଥିଲା । ଏଥିପାଇଁ ଭାରତୀୟ ସେନାର କିଛି ଯବାନ, ପୁଲିସ କର୍ମଚାରୀ, ସୁରକ୍ଷା କର୍ମୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସୋ’ର ପ୍ରତିଯୋଗୀମାନେ ତାଙ୍କ ସମ୍ମାନରେ ବିଭିନ୍ନ ଦେଶାତ୍ମକ ଗୀତ ଗାଇଥିଲେ । ସେଠାରେ ନେହା ଦମକଳ କର୍ମୀ ବିପିନ ଗଣତ୍ରାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରତିଶ୍ରୁତି ଦେଇଥିଲେ। ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଥିବା ବିପିନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତ କିଛି ଦିନ ହେଲାଣି ଇଣ୍ଡିଆନ ଆଇଡୋଲର ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଫେବ୍ରୁଆରି ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ ଉଦିଦ୍ ନାରାୟଣ ଏ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ କି, ଦୁଇଜଣଙ୍କ ଯୋଡ଼ି ପୂର୍ବରୁ ଲୋକେ ବନାଇ ସାରିଛନ୍ତି। ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ଆସି ସାରିଛି। ଦେଖିବାକୁ ଗଲେ ମୋତେ ନେହା ବହୁତ ପସନ୍ଦ। ଘରକୁ ଜଣେ ମହିଳା କଣ୍ଠଶିଳ୍ପୀ ଆସିଲେ ମୋତେ ବହୁତ ଭଲ ଲାଗିବ। କେବଳ ମୋତେ ନୁହେଁ, ନେହା ସମସ୍ତଙ୍କୁ ବହୁତ ପସନ୍ଦ। ସେ ଇଣ୍ଡଷ୍ଟ୍ରିରେ ନିଜ ଚେଷ୍ଟାରେ ନିଜର ପରିଚୟ ତିଆରି କରିଛନ୍ତି। ମୁଁ ସବୁବେଳେ ତାଙ୍କ ଗୀତ ଶୁଣେ।