ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍ର ଆଗଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ଏବଂ ଅଭିନେତା ହିମାନ୍ସ କୋହଲୀ ପରସ୍ପରଠାରୁ ଅଲଗା ହୋଇ ଯାଇଥିବାର ଖବର ମିଳିଥିଲା । ଦୁହେଁ ସୋସିଆଲ ସାଇଟ୍ରୁ ନିଜ ନିଜର ଫଟୋ ହଟାଇଦେବା ସହ ପରସ୍ପରକୁ ଅନ୍ଫଲୋ କରିଥିଲେ । ଏହା ସହ ନେହା ନିଜ ଇନ୍ଷ୍ଟା ଷ୍ଟାଟସରେ ଦୁଃଖଭରା ଷ୍ଟାଟସ ରଖିବା ପରେ ଦୁହିଁଙ୍କ ମଧ୍ୟରେ ଏବେ ଆଉ କିଛି ସଂଯୋଗ ନାହିଁ ବୋଲି ସେମାନଙ୍କ ପ୍ରଶଂସକ ଅନୁମାନ ଲଗାଇଥିଲେ। ବ୍ରେକ୍ଅପ୍ର କିଛି ଦିନ ପରେ ଏବେ ନେହାଙ୍କ ପାଇଁ ବିବାହ ଆସିଥିବା ମିଳିଥିବା ଜଣାପଡ଼ିଛି। ଜଣେ ଅଭିନେତା ରିୟଲିଟି ସୋ’ରେ ନେହାଙ୍କ ମାତା-ପିତାଙ୍କୁ ତାଙ୍କ ହାତ ମାଗିଥବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ମୁତାବକ, ‘ଇଣ୍ଡିଆନ୍ ଆଇଡୋଲ’ର ଗ୍ରାଣ୍ଡ ଫାଇନାଲରେ ନେହା ନୃତ୍ୟ ପ୍ରଦର୍ଶନ କରିଥିଲେ । ନେତା ପ୍ରଦର୍ଶନ ସରିବା ପରେ ସୋ’ରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସିଥିବା ହାସ୍ୟ ଅଭିନେତା ପରିତୋଷ ତ୍ରିପାଠୀ ହଠାତ୍ ଷ୍ଟେଜ୍ ଉପରକୁ ଆସି ନେହାଙ୍କୁ ପାଣି ପିଇବା ପାଇଁ ଦେଇଥିଲେ । କିନ୍ତୁ ନେହା ଅଇଁଠା ପାଣି କହି ପିଇନଥିଲେ ।
/sambad/media/post_attachments/wp-content/uploads/2018/12/Neha-Kakkar-300x198.jpg)
ପରେ ପରିତୋଷ ମଜାକିଆ ଅନ୍ଦାଜରେ କହିଥିଲେ ‘ଅଇଁଠା ପାଣି ପିଇଲେ ଭଲପାଇବା ବଢ଼ିଥାଏ । ଏହି ପାଣି ମୁଁ ମୋ ଗାଁରୁ ଆଣିଛି । ମୋ ମା’ କହିଥିଲେ ଯାହାକୁ ତୁ ନିଜର ଜୀବନସାଥୀ କରିବାକୁ ଚାହିଁବୁ ତାକୁ ଏହି ପାଣି ଦେଇଦେବୁ।’ ଏହା ଶୁଣି ନେହା ବିବାହ ପାଇଁ ମନା କରି ଦେଇଥିଲେ। ଖାଲି ସେତିକି ନୁହେଁ, ସାମ୍ନାରେ ବସିଥିବା ନେହାଙ୍କ ମାତା-ପିତା ମଧ୍ୟ ହାତ ହଲାଇ ମନା କରିଥିଲେ । ଯାହା ପରେ ପରିତୋଷ ନେହାଙ୍କ ମାତା-ପିତାଙ୍କ ପାଖକୁ ଯାଇ, ‘ମୋର ଏକ ଛୋଟ କାମ କରିଦିଅ । ତାଙ୍କ ନାଁ ମୋ ନାଁ ସହ ଯୋଡ଼ି ଦିଅ । ଏଭଳି ଜ୍ୱାଇଁ ଆପଣଙ୍କୁ ମିଳିବ ନାହିଁ’ ବୋଲି କହିବା ପରେ ଉପସ୍ଥିତ ଦର୍ଶକ ହସିବାକୁ ଲାଗିଥିଲେ ।