ପରସ୍ପରଠାରୁ ଅଲଗା ହେଲେ ନେହା କକ୍କର-ହିମାନ୍ସ କୋହଲି! କିଛି ମାସ ତଳେ ନିଜ ପ୍ରେମ ସଂପର୍କ ଉପରେ ଲଗାଇଥିଲେ ମୋହର

ମୁମ୍ବାଇ : ବଲିଉଡ୍‌ରେ ଏବେ ରାଜ୍‌ କରୁଛନ୍ତି କଣ୍ଠଶିଳ୍ପୀ ନେହା କକ୍କର । ତାଙ୍କର ରିଲିଜ୍‌ ହେଉଥିବର ପ୍ରତିଟି ଗୀତ ବ୍ଲକ୍‌ବଷ୍ଟର ହେଉଥିବା ବେଳେ କିଛି ଦିନ ତଳେ ଫିଲ୍ମ ‘ସିମ୍ବା’ର ରିଲିଜ୍‌ ହୋଇଥିବା ଗୀତ ଆଁଖ୍‌ ମାରେ ବି ଶ୍ରୋତାମାନଙ୍କ ମନ ଜିଣିବାରେ ଲାଗିଛି । ତେବେ ନେହା ନିଜ ପେସାଦାର ଜୀବନ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁ ବେଳେ ଚର୍ଚ୍ଚାରେ ରହିଥାଏ । ନିଜ ଭାଇଭଉଣୀଙ୍କ ପ୍ରତି ଭଲ ପାଇବା ହେଉ ବା ନିଜ ପ୍ରେମିକ ହିମାନ୍ସଙ୍କୁ ନେଇ ହେଉ ସବୁ ବେଳେ ସେ ଚର୍ଚ୍ଚାର ପରିସରରେ ରହିଥାନ୍ତି । ନେହା ସେପ୍ଟେମ୍ବରରେ ଇଣ୍ଡିଆନ୍‌ ଆଇଡ଼ଲର ଷ୍ଟେଜ୍‌ରେ ହିମାନ୍ସଙ୍କ ସହ ତାଙ୍କ ସଂପର୍କକରୁ ଅଧିକାରୀକ ଭାବରେ ଘୋଷଣା କରିବା ବେଳେ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହା ସହ ଦୁହେଁ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।

କିନ୍ତୁ ଏବେ ମିଳିଥିବା ସୂଚନା ମୁତାବକ, ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି । ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇ ଯାଇଛି ବୋଲି ନେହାଙ୍କ ଇନ୍‌ଷ୍ଟା ଆକାଉଣ୍ଟରୁ ସ୍ପଷ୍ଟ ଜଣାପଡ଼ିଛି । ନେହା ନିଜ ଇନ୍‌ଷ୍ଟା ଆକାଉଣ୍ଟରୁ ହିମାନ୍ସଙ୍କ ସହ ଥିବା ଫଟୋ ଏବଂ ଭିଡିଓକୁ ହଟାଇ ଦେଇଥିବା ଦେଖାଯାଇଛି । ଏହାକୁ ଦେଖି ଦୁହିଁଙ୍କ ମଧ୍ୟରେ କିଛି ଠିକ୍‌ ନ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ, ହିମାନ୍ସ ଏ ପର୍ଯ୍ୟନ୍ତ ସେଭଳି କିଛି କାମ କରି ନଥିବା ଦେଖାଯାଇଛି । ସେ ନେହାଙ୍କ କୌଣସି ଫଟୋ ହଟାଇ ନଥିବା ଦେଖିବାକୁ ମିଳିଛି । ତେବେ ଏହି ଖବର ଉପରେ ଦୁହେଁ ନିଜର କୌଣସି ପ୍ରତିକ୍ରିୟା ରଖି ନଥିବାରୁ ଖବରଟି ଏବେ ବି ସନ୍ଦେହ ଘେରରେ ରହିଛି ।

ସମ୍ବନ୍ଧିତ ଖବର