ଇନଷ୍ଟାରେ ଏଭଳି ଫଟୋ ସେୟାର କରି ଆଦିତ୍ୟଙ୍କୁ ପ୍ରେମ କରୁଥିବା ନେଇ ଇଶାରା ଦେଲେ ନେହା

ମୁମ୍ବାଇ: ଗତ କିଛି ଦିନ ହେଲାଣି ଇଣ୍ଡିଆନ ଆଇଡଲର ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଫେବ୍ରୁଆରି ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ ଉଦିଦ୍ ନାରାୟଣ ଏ ନେଇ ନିଜର ପ୍ରତିକ୍ରିୟା ମଧ୍ୟ ରଖି ସାରିଛନ୍ତି। ବିବାହ କରିବା ନେଇ ଯେଉଁ ଭିଡିଓ ଭାଇରାଲ ହୋଇଥିଲା, ତାହା କେବଳ ନେହାଙ୍କୁ ଚିଡ଼ାଇବା ପାଇଁ ଆଦିତ୍ୟ କରିଥିଲେ। ବିବାହ କରିବା ଖବରରେ କୌଣସି ସତ୍ୟତା ନ ଥିଲା ବୋଲି ସ୍ପଷ୍ଟ ହୋଇ ସାରିଥିଲେ ମଧ୍ୟ ନେହାଙ୍କ ଇନଷ୍ଟା ପୋଷ୍ଟ କିଛି ଅଲଗା କହୁଥିବା ଦେଖାଯାଇଛି।

नेहा कक्कड़, आदित्य नारायण
amarujala.com

ମିଛ ଚର୍ଚ୍ଚା ମଧ୍ୟରେ ନେହା ସତରେ ଆଦିତ୍ୟଙ୍କୁ ଭଲପାଇ ବସିଥିବା ନେଇ ତାଙ୍କ ପୋଷ୍ଟରୁ ଜଣା ପଡ଼ୁଛି। ନେହା ନିଜ ଇନଷ୍ଟା ପୋଷ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ହାତରେ ଅଧା ହୃଦୟ ତିଆରି କରିଥିବା ଦେଖାଯାଇଛି। ଫଟୋ କ୍ୟାପସନରେ ଲେଖାଯାଇଛି, ଫେବୃଆରି ୧୪। ସେହିଭଳି ଭାବରେ ଆଦିତ୍ୟ ମଧ୍ୟ ନିଜ ଇନଷ୍ଟାରେ ସମାନ ଫଟୋ ପୋଷ୍ଟ କରିଛନ୍ତି । ନିଜ ହାତରେ ଅଧା ହୃଦୟ ଇଙ୍ଗିତ କରୁଥିବା ଫଟୋ  ଆଦିତ୍ୟ ସେୟାର କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ପୁଣି ଜୋର ଧରିବାରେ ଲାଗିଛି। ତେବେ ପ୍ରକୃତରେ ଦୁହେଁ ନିଜ ନିଜ ପାଇଁ କ’ଣ ଯୋଜନା ରଖିଛନ୍ତି, ତାହା ଫେବୃଆରି ୧୪ରେ ହିଁ ସ୍ପଷ୍ଟ ହୋଇପାରିବ।

ସମ୍ବନ୍ଧିତ ଖବର