ଜାଣନ୍ତୁ ଇଣ୍ଡିଆନ୍‌ ଆଇଡଲର ଗୋଟେ ଅଧ୍ୟାୟ ପାଇଁ କେତେ ଟଙ୍କା ନେଉଛନ୍ତି ନେହା କକ୍କର?

ମୁମ୍ବାଇ : ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡଲର ସିଜିନ୍‌-୧୧ ଆରମ୍ଭ ହୋଇ ସାରିଛି । ଚଳିତ ବର୍ଷ ଏହି ସୋ’କୁ ଜଜ୍‌ କରୁଛନ୍ତି କଣ୍ଠଶିଳ୍ପୀ ନେହା କକ୍କର, ବିଶାଲ ଦାଦ୍‌ଲାନୀ ଓ ଅନୁ ମଲ୍ଲିକ୍‌। କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ସୋ’ରେ ଉପସ୍ଥାପକର ଦାୟିତ୍ୱ ତୁଲାଉଛନ୍ତି । ସୋ’ ଆରମ୍ଭ ହୋଇ ସାରିଥିବା ବେଳେ ଏବେ ପ୍ରତିଯୋଗୀମାନଙ୍କର ଅଡିସନ୍ ନେବାରେ ବ୍ୟସ୍ତ ଅଛନ୍ତି ୩ ଜଣ ଜଜ୍‌ । ଏବେ ୩ଜଣ ଜଜ୍‌ଙ୍କ ମଧ୍ୟରୁ କଣ୍ଠଶିଳ୍ପୀ ନେହା କକ୍କର ଗୋଟିଏ ଅଧ୍ୟାୟ ପାଇଁ ନେଉଥିବା ଟଙ୍କା ଚର୍ଚ୍ଚାର ବିଷୟ ପାଲଟିଛି ।

Vishal, Neha and Anu Indian idol 11
amarujala.com

ମିଳିଥିବା ସୂଚନା ମୁତାବକ, ଇଣ୍ଡିଆନ୍‌ ଆଇଡଲର ସିଜିନ୍‌-୧୧ ପାଇଁ ସବୁଠାରୁ ଅଧିକ ଟଙ୍କା ନେଉଛନ୍ତି କଣ୍ଠଶିଳ୍ପୀ ନେହା କକ୍କର । ଗୋଟେ ଅଧ୍ୟାୟ ପାଇଁ ତାଙ୍କୁ ୫ଲକ୍ଷ ଟଙ୍କା ମିଳୁଛି । ସୋ’ର ନିର୍ମାତା ପ୍ରଥମେ ନୀତି ମୋହନଙ୍କୁ ନେବାକୁ ଚାହୁଁଥିଲେ । କିନ୍ତୁ ନେହାଙ୍କ ଲୋକପ୍ରିୟତାକୁ ଦେଖି ନିର୍ମାତା ପୁଣି ଥରେ ନେହାଙ୍କୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର