ପ୍ରିୟାଙ୍କୁ ନକଲ କଲେ ନେହା, ସୋସିଆଲ୍‌ ମିଡିଆରେ ବ୍ୟାପିଲା ଭିଡିଓ

ମୁମ୍ବାଇ: ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ଙ୍କର ମାତ୍ର ୨୬ ସେକେଣ୍ଡ୍‌ର ଏକ ଆଖି ମରା ଭିଡିଓ କେଉଁ ଭଳି ଭାବେ ସୋସିଆଲ୍‌ ମିଡିଆରେ ଛାଇ ହୋଇ ଯାଇଥିଲା ତାହା ତ ମନେ ଥିବ ନିଶ୍ଚୟ। ଏବେ ବି ଲୋକଙ୍କ ମନରୁ ଯାଇନି ପ୍ରିୟାଙ୍କ ଯାଦୁ। ପ୍ରିୟାଙ୍କୁ ଅନୁକରଣ କରି କଣ୍ଠଶିଳ୍ପୀ ନେହା କକ୍କର ସେହି ଭଳି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ତାହା ଏବେ ଖୁବ୍‌ ଲୋକପ୍ରିୟ ପାଲଟିଛି।

 

ନେହା ସେହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କି ଲେଖିଛନ୍ତ, ‘ପ୍ରିୟା ପ୍ରକାଶ ଭାରିୟର୍‌ଙ୍କର କିଛି ପ୍ରଭାବ ମୋ ଉପରେ ବି। ବନ୍ଧୁକ ଓଲଟା ହୋଇଗଲା।’ ରିପୋର୍ଟ ଲେଖା ହେଲା ବେଳକୁ ନେହଙ୍କ ଭିଡିଓକୁ ୧୨ ଲକ୍ଷରୁ ଊର୍ଧ୍ୱ ଥର ଦେଖା ସରିଲାଣି। ଏହି ଭିଡିଓରେ ନେହାଙ୍କ ନଖର୍‌ ତାଙ୍କ ପ୍ରଶଂସକମାନଙ୍କୁ ଖୁବ୍‌ ପସନ୍ଦ ଆସିଛି। ତାଙ୍କୁ ମିଳିଛି ଢେର୍‌ ସାରା ଲାଇକ୍ସ ଓ କମେଣ୍ଟ୍‌ସ। ଅନେକ ଫ୍ୟାନ୍ସ ତଙ୍କୁ ସୁନ୍ଦର ଓ ଚୁଲ୍‌ବୁଲି ବୋଲି କହିଥିବାର ଦେଖିବାକୁ ମିଳିଛି।

 

Thank you for all the love and support?

A post shared by priya prakash varrier (@priya.p.varrier) on

ସମ୍ବନ୍ଧିତ ଖବର