ନୂଆଦିଲ୍ଲୀ: ବଲିଉଡ ଗାୟିକା ନେହା କକ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ କିଛି ଦିନ ତଳେ ଭାଇରାଲ ହୋଇଥିଲା। ଏହି ଭିଡିଓଟି ତାଙ୍କ ମେଲବର୍ଣ୍ଣ କନସର୍ଟର ଥିଲା, ଯେଉଁଠାରେ ନେହା ଲାଇଭ୍ ପ୍ରଦର୍ଶନ ସମୟରେ ବହୁତ କାନ୍ଦୁଥିବାର ଦେଖାଯାଇଥିଲା। ପ୍ରକୃତରେ, ଗାୟିକା ତାଙ୍କ ସୋ’ରେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ଦର୍ଶକ ଗାୟିକାଙ୍କ ଉପରେ ରାଗିଗଲେ ଏବଂ ତାଙ୍କୁ ଫେରିଯିବାକୁ କହିବାକୁ ଲାଗିଲେ। ଏହା ଶୁଣି ନେହା କାନ୍ଦିବା ସହ କ୍ଷମା ମାଗିଥିଲେ।
/sambad/media/post_attachments/onecms/images/uploaded-images/2025/03/27/592c56aa76051066c0d7e34ae40f7c621743077164829587_original-414404.jpeg)
ତାଙ୍କ କାନ୍ଦ ଦେଖି ସେ ଅଭିନୟ କରୁଥିବା କହିଥିଲେ ଲୋକେ। ଅନେକ ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ। ଏସବୁକୁ ଦେଖି ନେହା ଏବେ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ସେ ଲେଖିଛନ୍ତି, "ସେମାନେ କହିଲେ ଯେ ମୁଁ ୩ଘଣ୍ଟା ବିଳମ୍ବରେ ପହଞ୍ଚିଲି। କେହି ଥରେ ପଚାରିଲେ କି ମୋ ସହିତ କ'ଣ ହୋଇଛି? ସେମାନେ ମୋ ସହିତ ଏବଂ ବ୍ୟାଣ୍ଡ ସହିତ କ'ଣ କଲେ? ଯେତେବେଳେ ମୁଁ ମଞ୍ଚ ଉପରେ କଥା ହେଉଥିଲି, ମୁଁ କାହାକୁ କ'ଣ ଘଟିଥିଲା ​​ତାହା କହି ନଥିଲି। କାରଣ ମୁଁ ଚାହୁଁ ନଥିଲି ଯେ କେହି ଆଘାତ ପାଆନ୍ତୁ। ମୁଁ କିଏ କାହାକୁ ଦଣ୍ଡ ଦେବି? କିନ୍ତୁ ଏବେ ଯେହେତୁ ମୋ ନାମ ଆଗକୁ ଆସୁଛି, ମୁଁ କହିବାକୁ ବାଧ୍ୟ ହେଉଛି।
/sambad/media/post_attachments/onecms/images/uploaded-images/2025/03/27/0b3e902ce112c7b0c28da32c13cc2d621743077579297587_original-416339.jpeg)
ଆପଣ ଜାଣନ୍ତି କି ମୁଁ ମେଲବର୍ଣ୍ଣରେ ସମ୍ପୂର୍ଣ୍ଣ ମାଗଣାରେ ଗୀତ ଗାଇଥିଲି। ଆୟୋଜକମାନେ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ମୋ ବ୍ୟାଣ୍ଡକୁ ଖାଦ୍ୟ, ହୋଟେଲ ଏବଂ ପାଣି ମଧ୍ୟ ଯୋଗାଇ ଦିଆ ଯାଇନଥିଲା। ମୋ ସ୍ୱାମୀ ଏବଂ ତାଙ୍କ ବନ୍ଧୁ ଯାଇ ଆମକୁ ଖାଦ୍ୟ ଦେଇଥିଲେ। ଏସବୁ ସତ୍ତ୍ୱେ, ଆମେ ମଞ୍ଚକୁ ଯାଇ କୌଣସି ବିଶ୍ରାମ ବିନା ପ୍ରଦର୍ଶନ କଲୁ। କାରଣ ମୋ ପ୍ରଶଂସକମାନେ ସେଠାରେ ଅପେକ୍ଷା କରିଥିଲେ।"
/sambad/media/post_attachments/onecms/images/uploaded-images/2025/03/27/3f77eab2b6ed40cf0b7e7fa76f3746d11743077750132587_original-157869.jpeg)
ସେ ଆହୁରି ଲେଖିଛନ୍ତି ଯେ, 'ଆମର ସାଉଣ୍ଡ ଚେକ୍ ଘଣ୍ଟା ଘଣ୍ଟା ଧରି ହୋଇନଥିଲା। ସାଉଣ୍ଡ ଭେଣ୍ଡରଙ୍କୁ ଟଙ୍କାଟିଏ ଦିଆଯାଇ ନଥିଲା ଏବଂ ସେ କାମ କରିବାକୁ ମନା କରିଦେଇଥିଲେ। ଯେତେବେଳେ ଏହାର ସମାଧାନ ହେଲା ମୁଁ ମଞ୍ଚ ଉପରେ ପହଞ୍ଚି ପାରିଲି ନାହିଁ। ଆୟୋଜକମାନେ ମୋ ମ୍ୟାନେଜରଙ୍କ ଫୋନ୍ ଉଠାଇବା ବନ୍ଦ କରିଦେବାରୁ ଆମେ କନସର୍ଟ ହେଉଛି କି ନାହିଁ ଜାଣି ନଥିଲୁ। କହିବାକୁ ଆହୁରି ବହୁତ କିଛି ଅଛି କିନ୍ତୁ ମୁଁ ଭାବୁଛି ଏତିକି ଯଥେଷ୍ଟ। ଯେଉଁମାନେ ମୋତେ ଏଭଳି ସମୟରେ ସମର୍ଥନ କରିଥିଲେ ସେମାନଙ୍କୁ ଧନ୍ୟବାଦ।"
/sambad/media/post_attachments/onecms/images/uploaded-images/2025/03/27/25bbd7951927e506c72e4656f7cdc5621743078092637587_original-284675.jpeg)
Neha Kakkar | Entertainment
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/28/UjWJKR8OZ6dn6AUjgIwR.jpg)
