ସୋସିଆଲ ମିଡିଆରେ ମା’ ହେବାର ଫଟୋ ସେୟାର କରି ସମସ୍ତ ଫ୍ୟାନକୁ ଚିକିତ କରିଦେଲେ ନେହା କକ୍କର

ମୁମ୍ବାଇ: ବଲିଉଡ ସିଙ୍ଗର ନେହା କକ୍କର ହଠାତ୍ ତାଙ୍କ ବିବାହ ତାରିଖ ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏବେ ଗର୍ଭବତୀ ଥିବାର ଖବର ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ନେହା କକ୍କର ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ। ବିବାହ ପରେ ଦୁହେଁ ହନିମୁନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ସ୍ବାମୀଙ୍କ ସହ ନେହା ଅନେକ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଥିଲେ। ନିକଟରେ ସେ ଦୁବାଇରୁ ଫେରି ଗର୍ଭବତୀ ଥିବାର ଏକ ଫଟୋ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Neha Kakkar flaunts her baby bump in new picture with Rohanpreet Singh.

ନେହା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ରୋହନପ୍ରୀତ ସିଂହଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ବ୍ଲୁ ଡେନିମ ଡ୍ରେସ ପିନ୍ଧିବା ସହ ନିଜର ବେବି ବମ୍ପକୁ ଫ୍ଲୁଏଣ୍ଟ କରିଛନ୍ତି। ଏହି ଫଟୋ କ୍ୟାପସନରେ ହ୍ୟାଶ ଟ୍ୟାଗ ଦେଇ ନେହା ଲେଖିଛନ୍ତି-ଯତ୍ନ ନିଅ । ଫଟୋରେ ସେ ଖୁବ୍ ଖୁସି ଥିବାର ବି ଦେଖିବାକୁ ମିଳୁଛି। ନେହାଙ୍କ ଏହି ଫଟୋ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଦୁଇମାସ ତଳେ ନେହାଙ୍କ ବିବାହ ହୋଇଥିବା ବେଳେ ଏବେ ସେ ଗର୍ଭବତୀ ଥିବା କଥାକୁ ତାଙ୍କ ପ୍ରଶଂସକ ବିଶ୍ବାସ କରିପାରୁ ନାହାନ୍ତି। ଏପଟେ ନେହା ଗର୍ଭବତୀ ଥିବା ଖବରକୁ ତାଙ୍କ ଭାଇ ଟୋନୀ କକ୍କଡ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ଅନେକ ପ୍ରଶଂସକ ନେହା ମା’ ହେବାକୁ ଯାଉଥିବା ଖବର ଶୁଣି ଖୁସି ବ୍ୟକ୍ତି କରି ଶୁଭେଚ୍ଛା ଜଣାଇଛନ୍ତି।
ସମ୍ବନ୍ଧିତ ଖବର