ମୁମ୍ବାଇ: ଜଣାଶୁଣା କଣ୍ଠଶିଳ୍ପୀ ନେହା କକ୍କର ଓ ସ୍ବାମୀ ରୋହନ୍‌ପ୍ରୀତ୍‌ଙ୍କ ମଧ୍ୟରେ ଥିବା ନିବିଡ଼ତା କାହାକୁ ଅଛପା ନାହିଁ। ନିକଟରେ ଏହି ପତି-ପତ୍ନୀ ‘ଏଣ୍ଟର୍‌ଟେନ୍‌ମେଣ୍ଟ୍‌ କି ରାତ୍‌: ହାଉସ୍‌ଫୁଲ୍‌ରେ’ ଅତିଥି ବନି ଯାଇଥିଲେ। ସେ ‌ସେଠାରେ ଖୁବ୍‌ ମଜା-ମସ୍ତି କରିଥିଲେ। କେବଳ ସେତିକି ନୁହେଁ, ସୋ’ରେ ଅନେକଗୁଡ଼ିଏ ଟାସ୍କ ପୂରା କରି ଦର୍ଶକଙ୍କୁ ଭର୍‌ପୂର ମନୋରଞ୍ଜନ ବି ଯୋଗାଇଥିଲେ ନେହା।

Advertisment

ନେହା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ସୋ’ର ଭିଡିଓ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ଆପଣ ବି ହସି ହସି ଗଡ଼ିଯିବେ। କ୍ୟାମେରାରେ ନେହା ନିଜ ସ୍ବାମୀ ରୋହନ୍‌ପ୍ରୀତ୍‌ଙ୍କ ସହ ରୋମାଣ୍ଟିକ୍‌ ହେଉଥିବାର ବି ନଜର ଆସୁଛନ୍ତି। ନେହାଙ୍କ ପାଇଁ ତାଙ୍କ ସ୍ବାମୀ ଆଣ୍ଠେଇକି ଗୀତ ଗାଉଛନ୍ତି ବୋଲି ଭିଡିଓରେ ଦୃଶ୍ୟମାନ ହୋଇଛି।

ହେଲେ ଏହା ମଧ୍ୟରେ ଏକ ଟାସ୍କରେ ନେହା ନିଜ ସ୍ବାମୀଙ୍କୁ ନିର୍ଯାତନା ଦେଉଥିବାର ବି ଦେଖିବାକୁ ମିଳିଛି। ରୋହନ୍‌ପ୍ରୀତ୍‌ଙ୍କ ଛାତିରେ ବନ୍ଧା ଯାଇଥିବା ଇଲାଷ୍ଟିକ୍‌କୁ ଜୋର୍‌ରେ ଟାଣିକି ନେହା ଛାଡ଼ି ଦେଉଛନ୍ତି। ଇଲାଷ୍ଟିକ୍‌ ରୋହନପ୍ରୀତିଙ୍କ ଛାତିରେ ଏତେ ଜୋର୍‌ ବାଜୁଛି ଯେ ସେ ଚିତ୍କାର କରି ପକାଉଛନ୍ତି। ସ୍ବାମୀଙ୍କ କଷ୍ଟ ଦେଖି ନେହା ଭାବପ୍ରବଣ ହୋଇ ପଡୁଛନ୍ତି ଓ ତାଙ୍କ ଆଖିରୁ ଲୁହ ବହାରି ଯାଉଛି।

ଯଦିଓ ଏହା ହେଉଛି ସୋ’ର ଟର୍ଚର-ଗେମ୍‌ର ଏକ ଅଂଶ। ଏହି ଗେମ୍‌ରେ ଦମ୍ପତି ବେଶ୍‌ ମଜା-ମସ୍ତି ବି କରିଛନ୍ତି। ନେହା କହିଛନ୍ତି କି ପ୍ରଥମ ଥ‌ର ଏପରି ହୋଇଛି ଯେଉଁଠାରେ ସେ ହସି ହସି କାନ୍ଦ ପକାଇଛନ୍ତି। ଭିଡିଓଟିକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ନେହା ଓ ରୋହନ୍‌ପ୍ରୀତ୍‌ଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରୁଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ନେହା ତାଙ୍କ ସ୍ବାମୀଙ୍କଠାରୁ ୮ ବର୍ଷ ବଡ଼।