ନୂଆଦିଲ୍ଲୀ: ବଲିଉଡ ଗାୟିକା ନେହା କକ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ କିଛି ଦିନ ହେବ ଭାଇରାଲ ହେଉଛି। ଏହି ଭିଡିଓଟି ତାଙ୍କ ମେଲବର୍ଣ୍ଣ କନସର୍ଟର, ଯେଉଁଠାରେ ନେହା ଲାଇଭ୍ ପ୍ରଦର୍ଶନ ସମୟରେ ବହୁତ କାନ୍ଦୁଥିବାର ଦେଖାଯାଇଥିଲା। ପ୍ରକୃତରେ, ଗାୟିକା ତାଙ୍କ ସୋ’ରେ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ଦର୍ଶକ ଗାୟିକାଙ୍କ ଉପରେ ରାଗିଗଲେ ଏବଂ ତାଙ୍କୁ ଫେରିଯିବାକୁ କହିବାକୁ ଲାଗିଲେ। ଏହା ଶୁଣି ନେହା କାନ୍ଦିବା ସହ କ୍ଷମା ମାଗିଥିଲେ।
ତାଙ୍କ କାନ୍ଦ ଦେଖି ସେ ଅଭିନୟ କରୁଥିବା କହିଥିଲେ ଲୋକେ। ଅନେକ ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ। ଏସବୁକୁ ଦେଖି ନେହା ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ସେ ଲେଖିଛନ୍ତି, "ସତ୍ୟ ପାଇଁ ଅପେକ୍ଷା କର, ତୁମେ ମୋତେ ଏତେ ଶୀଘ୍ର ଟ୍ରୋଲ କରିଛ ବୋଲି ଅନୁତାପ କରିବ"।
/sambad/media/post_attachments/ibnlive/uploads/2025/03/5c5cabf9-16a3-4887-b0b9-e8822e75bd9e-2025-03-6816ba63dc834efa0459c174824604fe-673096.jpg?impolicy=website&width=0&height=0)
ଏହା ପୂର୍ବରୁ ଟୋନି କକ୍କର ନିଜ ଇନଷ୍ଟା ପୋଷ୍ଟର ଲେଖିଥିଲେ ଯେ, "ମନେକର ମୁଁ ଆପଣଙ୍କୁ ଏକ କାର୍ଯ୍ୟକ୍ରମ ପାଇଁ ମୋ ସହରକୁ ନିମନ୍ତ୍ରଣ କରୁଛି ଏବଂ ସମସ୍ତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛି। ବ୍ୟବସ୍ଥା ଯେମିତି କି ଆପଣଙ୍କର ହୋଟେଲ, କାର୍, ବିମାନବନ୍ଦରରୁ ପିକଅପ୍ ଏବଂ ଟିକେଟ୍ ବୁକ୍ କରିବା। ଏବେ କଳ୍ପନା କରନ୍ତୁ ଯେ, ଆପଣ ପହଞ୍ଚିବା ବେଳକୁ ଜାଣୁଛନ୍ତି କିଛି ବୁକ୍ ହୋଇନାହିଁ। ବିମାନବନ୍ଦରରେ କୌଣସି ଗାଡ଼ି ନାହିଁ, ହୋଟେଲ୍ ବୁକ୍ ହୋଇ ନାହିଁ ଏବଂ ଟିକେଟ୍ ନାହିଁ। ଏପରି ପରିସ୍ଥିତିରେ ପାଇଁ କିଏ ଦାୟୀ?"
Neha Kakkar | concert
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/27/bouJWnT15sU6xG2gipGl.jpg)