ମୁମ୍ବାଇ: ନିକଟରେ ବଲିଉଡ ସିଙ୍ଗର ନେହା କକ୍କର ହଠାତ୍ ତାଙ୍କର ‘ବେବି ବମ୍ପ୍’ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ଫଟୋଟି ବେଶ୍ ଚର୍ଚ୍ଚା ପାଲଟିଥିଲା। ସେ ତାଙ୍କ ବିବାହ ତାରିଖ ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ବିବାହର ମାତ୍ର ୨ ମାସ ମଧ୍ୟ ଗର୍ଭବତୀ ଥିବାର ଖବର ଦେଇ ସମସ୍ତଙ୍କୁ ଆହୁରି ଚକିତ କରି ଦେଇଥିଲେ ନେହା। ମାତ୍ର ଜାଣିବାକୁ ମିଳିଛି ଯେ ନେହାଙ୍କର ସେହି ଫଟୋ ଏକ ପବ୍ଲିସିଟି ଷ୍ଟଣ୍ଟ୍ ମାତ୍ର। ଫଟୋଟି ତାଙ୍କ ନୂଆ ମ୍ୟୁଜିକାଲ୍ ଭିଡିଓର ପ୍ରମୋସନ ପାଇଁ ଫେସ୍ବୁକ୍ରେ ସେୟାର କରିଥିଲେ ନେହା।
View this post on Instagram
ଏପରିକି ନେହାଙ୍କ ଫଟୋରେ ତାଙ୍କ ଭାଇ ସୋନି କକ୍କର ମଧ୍ୟ ଅଭିନନ୍ଦନ ଲେଖି ଶୁଭେଚ୍ଛା ଜଣାଇଥିଲେ। ମାତ୍ର ଶନିବାର ନେହା ସ୍ପଷ୍ଟ କରିଛନ୍ତି ଯେ ଫଟୋଟି ତାଙ୍କର ଆଗାମୀ ମ୍ୟୁଜିକାଲ୍ ଭିଡିଓର । ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ମ୍ୟୁଜିକାଲ୍ ଭିଡିଓର ପୂରା ପୋଷ୍ଟର ପୋଷ୍ଟ୍ କରିଛନ୍ତି। ପୋଷ୍ଟ୍ରେ ଲେଖା ଯାଇଛି ଯେ ୨୨ ଡିସେମ୍ବରରେ ଗୀତଟି ରିଲିଜ୍ ହେବାକୁ ଯାଉଛି। ତାଙ୍କ ସହିତ ଦେଖିବାକୁ ମିଳିବେ ତାଙ୍କ ସ୍ବାମୀ ରୋହନପ୍ରୀତ। ତାଙ୍କ ଭିଡିଓର ଶୀର୍ଷକ ରହିଛି ‘ଖୟାଲ୍ ରଖା କର୍’।
View this post on Instagram
ଉଲ୍ଲେଖଯୋଗ୍ୟ, ନେହା କକ୍କର ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ। ବିବାହ ପରେ ଦୁହେଁ ହନିମୁନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ସ୍ବାମୀଙ୍କ ସହ ନେହା ଅନେକ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଥିଲେ। ନିକଟରେ ସେ ଦୁବାଇରୁ ଫେରି ଗର୍ଭବତୀ ଥିବା ପରି ଏକ ଫଟୋ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ସେୟାର କରିଥିଲେ। ସେଥିରେ ଲେଖିଥିଲେ ‘ଖୟାଲ୍ ରଖାକର୍’, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।