ଫିଲ୍ମର ଗୋଟେ ଦୃଶ୍ୟ କରିବା ପାଇଁ କନିଷ୍ଠ କଳାକାରଙ୍କୁ ୫ ଥର ହାତ ଧୋଇବା ପାଇଁ କହିଥିଲେ ନେହା ଧୁପିଆ

ମୁମ୍ବାଇ : ଗର୍ଭବତୀ ଥିବା ଖବରକୁ ନେଇ ଏବେ ଚର୍ଚ୍ଚାରେ ନେହା ଧୁପିଆ । କିଛି ଦିନ ତଳେ ହାଠାତ୍‌ ବିବାହ କରିବାକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ ସେ ଗର୍ଭବତୀ ଥିବାରୁ ଏଭଳି ବିବାହ କରିଥିବା ଲୋକେ କହିବା ଆରମ୍ଭ କରିଥିଲେ । କିନ୍ତୁ ବିବାହ ପରେ ପରେ ଗର୍ଭବତୀ ଥିବା ଖବରକୁ ଏଡ଼ାଇ ଆସିଥିଲେ ନେହା । ଏବେ ସେ ଗର୍ଭବତୀ ଥିବା ଖବରକୁ ସ୍ୱୀକାର କରିବା ସହ ନିଜର ଫଟୋ ମଧ୍ୟ ସେୟାର କରିଛନ୍ତି । ତେବେ ଏ ମଧ୍ୟରେ ତାଙ୍କ ଫିଲ୍ମ ସୁଟିଂ ସମୟର ଏକ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି ।

India.com

ଏକ ଫିଲ୍ମର ସୁଟିଂ ସମୟରେ ସେ ଜଣେ କନିଷ୍ଠ କଳାକାରଙ୍କୁ ୫ ଥର ହାତ ଧୋଇବା ପାଇଁ କହିଥିବା ଜଣାପଡ଼ିଛି । ଏକ ଦୃଶ୍ୟରେ ତାଙ୍କୁ କିଛି ପିଲାଙ୍କୁ ଆତଙ୍କବାଦୀଙ୍କ କବଳରୁ ବଞ୍ଚାଇବା ପାଇଁ ବିମୋହିତ କରିବାର ଥିଲା । ଏହି ଦୃଶ୍ୟରେ ତାଙ୍କୁ ଆତଙ୍କବାଦୀ ସାଜିଥିବା ଜଣେ କଳାକାରଙ୍କ ହାତକୁ ଚୁମ୍ବନ ଦେବାରେ ଥିଲା । କିନ୍ତୁ ସେ ହାତକୁ ଚୁମ୍ବନ ଦେବା ପୂର୍ବରୁ ୫ ଥର ହାତ ଧୋଇବାକୁ କହିଥିଲେ । ଯାହା ପରେ ସେ ଏହି ଦୃଶ୍ୟର ସୁଟିଂ କରିବାକୁ ରାଜି ହୋଇଥିଲେ ।

ସମ୍ବନ୍ଧିତ ଖବର