ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ
ସୂଚନା ଅନୁଯାୟୀ, ଗୋବିନ୍ଦା ମୋଟ ୧୫୧କୋଟି ଟଙ୍କାର ମାଲିକ ଅଟନ୍ତି। ବର୍ଷକୁ ସେ ୧୬କୋଟି ଟଙ୍କା ଆୟ କରୁଥିବା ବେଳେ ବିଭିନ୍ନ ବିଜ୍ଞାପନ ପାଇଁ ସେ ୨କୋଟି ପାରିଶ୍ରମିକ ନେଉଥିବା ଜଣାଯାଇଛି। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅଭିନେତା ମୁମ୍ବାଇରେ ଦୁଇଟି ବିଳାସପୂର୍ଣ୍ଣ ଏବଂ ମହଙ୍ଗା ସମ୍ପତ୍ତିର ମାଲିକ ଅଟନ୍ତି | ଏଥିମଧ୍ୟରୁ ଗୋଟିଏ ଜୁହୁର ରୁଇଆ ପାର୍କରେ ଥିବାବେଳେ ଅନ୍ୟଟି ମଡ୍ ଦ୍ୱୀପରେ ରହିଛି । ତାଙ୍କ ଘରର ଆନୁମାନିକ ମୂଲ୍ୟ ପ୍ରାୟ ୧୬କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ସେ ଅନେକ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତିରେ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି |
ଗୋଟାଏ ଫିଲ୍ମ କରିବା ପାଇଁ ଗୋବିନ୍ଦା ପ୍ରାୟ ୫-୬କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ତାଙ୍କର ଅନେକ ବିଳାସପୂର୍ଣ୍ଣ ଏବଂ ମହଙ୍ଗା କାର ଅଛି, ଯେଉଁଥିରେ ମିଟସୁବିସି ଲାନ୍ସର୍, ଫୋର୍ଡ ଏଣ୍ଡେଆଭର୍ ଭଳି କାର ଅନ୍ତର୍ଭୁକ୍ତ |