ନୂଆଦିଲ୍ଲୀ: ବିଆରଏସ ସଭାପତି କେ.ଟି ରାମା ରାଓଙ୍କ ସହ ରାତି କଟାଇବାକୁ ମନା କରିବାରୁ ଚୈତନ୍ୟ, ସାମନ୍ଥାଙ୍କୁ ଛାଡ଼ପତ୍ର ଦେଇଥିବା ଦାବି କରିଥିଲେ ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖା। ଏଭଳି ବୟାନ ପାଇଁ ସେ କ୍ଷମା ମାଗିସାରିଥିଲେ ବି ତାଙ୍କ ମନ୍ତବ୍ୟକୁ ନେଇ ବିରୋଧ ଥମିବାର ନାମ ନେଉନାହିଁ। ଏମଧ୍ୟରେ ସାମନ୍ଥାଙ୍କୁ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ ମୁତାବକ, ସାମନ୍ଥା ୧୦୧କୋଟି ଟଙ୍କାର ମାଲିକାଣୀ ଅଟନ୍ତି। ପ୍ରତି ଫିଲ୍ମ ପାଇଁ ସେ ୪କୋଟିରୁ ଅଧିକ ଟଙ୍କା ନେଉଥିବା ବେଳେ ପୁଷ୍ପା ଫିଲ୍ମର 'ଓ ଅଣ୍ଟାବା' ଗୀତ ପାଇଁ ସେ ୫କୋଟି ନେଇଥିଲେ। ହାଇଦ୍ରାବାଦର ଜୁବଲି ହିଲ୍ସରେ ସାମନ୍ଥାଙ୍କ ଯେଉଁ ଘର ରହିଛି, ତାକୁ କିଣିବା ପାଇଁ ସେ ୧୦୦କୋଟି ଦେଇଥିବା କୁହାଯାଉଛି। ଏହା ସହ ମୁମ୍ବାଇରେ ତାଙ୍କର ୧୫କୋଟିର ଘର ରହିଛି। ବିଳାସମୟ ଘର ସହ ସାମନ୍ଥାଙ୍କ ପାଖରେ ଦାମୀ କାର୍ ମଧ୍ୟ ରହିଛି। କୁହାଯାଉଛି ଯେ, ତାଙ୍କ ପାଖରେ ଜାଗୁଆର ଏକ୍ସଏଫ, ଲ୍ୟାଣ୍ଡ ରୋଭର, ଅଡି କ୍ୟୁ୭, ପୋର୍ସେ କେମାନ ଜିଟିଏସ, ବିଏମଡବ୍ଲୁ ୭ ସିରିଜ୍ ଏବଂ ମର୍ସିଡିଜ୍ ବେଞ୍ଜ୍ ଜି୬୩ ଏଏମଜି ରହିଛି । ସାମନ୍ଥା ସାମସଙ୍ଗ, ଡ୍ରୋଲ୍ସ, ଡ୍ରିମ୍ ୧୧, ଟମି ହିଲଫିଗର୍ ଭଳି କମ୍ପାନିର ବିଜ୍ଞାପନ କରି ୮କୋଟି ଟଙ୍କା ଆୟ କରୁଥିବା କୁହାଯାଉଛି।