ମୁମ୍ବାଇ: ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହି ଦାବି ସହ ଗ୍ୟାଙ୍ଗ ଧମକ ଦେଇଛି ଯେ, ଯିଏ ସଲମାନ ଖାନଙ୍କୁ ସାହାଯ୍ୟ କରିବ, ଲରେନ୍ସ ଗ୍ୟାଙ୍ଗ ତାଙ୍କୁ ଟାର୍ଗେଟ କରିବ। ପୂର୍ବରୁ ଅନେକ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କୁ ହତ୍ୟା କରି ଚର୍ଚ୍ଚାର ଥିବା ଲରେନ୍ସ ଏବେ ନିଜ ସମ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଛି | ଗ୍ୟାଙ୍ଗଷ୍ଟର ହୋଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିବା ଲରେନ୍ସ କେତେ କୋଟିର ମାଲିକ ଆପଣ ଜାଣନ୍ତି କି?
କୁହାଯାଉଛି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାଖରେ ବହୁତ ଟଙ୍କା ଅଛି | କେବଳ ବିଦେଶରୁ ନୁହେଁ, ଅନ୍ୟର ସୁପାରୀ ନେଇ ମଧ୍ୟ ବିପୁଳ ପରିମାଣର ଟଙ୍କା ରୋଜଗାର କରିଥାଏ ଏହି ଗ୍ୟାଙ୍ଗ | ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ, ଲରେନ୍ସ ବିଷ୍ଣୋଇ ପାଖରେ ମୋଟ ୪ରୁ ୫କୋଟି ଟଙ୍କାର ସମ୍ପତ୍ତି ରହିଛି। ଲରେନ୍ସ ବିଷ୍ଣୋଇର ପିତାଙ୍କ ନାମ ଲବିନ୍ଦର କୁମାର ବିଷ୍ଣୋଇ, ଯିଏ ଜଣେ ପୁଲିସ କନଷ୍ଟେବଳ ଥିଲେ। ଲରେନ୍ସର ଭାଇଙ୍କ ନାମ ଅନମୋଲ ବିଷ୍ଣୋଇ, ଯିଏ ବିଦେଶରେ ରହି ଲରେନ୍ସର ଗ୍ୟାଙ୍ଗ ପରିଚାଳନା କରନ୍ତି।
କୁହାଯାଉଛି ଯେ, ଲରେନ୍ସ ବିଷ୍ଣୋଇଙ୍କର ଏକ ପ୍ରେମିକା ଥିଲେ, ଯାହାଙ୍କ ନାମ କାଜଲ ଥିଲା। କିନ୍ତୁ ଯେତେବେଳେ ଲରେନ୍ସ କଲେଜରେ ଛାତ୍ର ସଂଗଠନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲେ, ସେତେବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ କାଜଲଙ୍କୁ ଜୀବନ୍ତ ପୋଡି ଦେଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଲରେନ୍ସ ଅପରାଧ ଜଗତରେ ପ୍ରବେଶ କରିଥିଲେ।