ପ୍ରୟାଗରାଜ: ପୂର୍ବତନ ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଜାନୁଆରି ୨୪, ୨୦୨୫ରେ ପ୍ରୟାଗରାଜର ମହାକୁମ୍ଭରେ ତାଙ୍କର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କର ଏହି ଆଧ୍ୟାତ୍ମିକ ଯାତ୍ରାକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀଙ୍କ ରାଜ୍ୟାଭିଷେକ ଉତ୍ସବ ସହିତ, ତାଙ୍କୁ କିନ୍ନର ଅଖାଡ଼ାର 'ମହାମଣ୍ଡଳେଶ୍ୱର' କରାଯାଇଛି। ସେ ପବିତ୍ର ସଙ୍ଗମରେ ପିଣ୍ଡ ଦାନ କରିଥିବା ଜଣାପଡ଼ିଛି।

Advertisment

ଏବେ, ମମତା ତାଙ୍କର ଆଧ୍ୟାତ୍ମିକ ଯାତ୍ରା ଏବଂ କିନ୍ନର ଅଖାଡ଼ାର 'ମହାମଣ୍ଡଳେଶ୍ୱର' ହେବା ପରେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ, ମମତା କୁଲକର୍ଣ୍ଣୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୦ ନିୟୁତ ଡଲାର ଅର୍ଥାତ୍ ୮୫ କୋଟି। ବଲିଉଡରେ ତାଙ୍କର କ୍ୟାରିଅର ଗଢ଼ିବା ସମୟରେ ସେ ଏହି ସମ୍ପତ୍ତି ଅର୍ଜନ କରିଥିଲେ। ମମତା ୯୦ଦଶକରେ "ଆଶିକ ଆୱାରା", "କରଣ ଅର୍ଜୁନ", "ସବସେ ବଡ଼ା ଖିଲାଡି" ଏବଂ "ଚାଇନା ଗେଟ୍" ଭଳି ଅନେକ ହିଟ୍ ଫିଲ୍ମ ଦେଇଥିଲେ। ୧୯୯୨ ମସିହାରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିବା ମମତା ୨୦୦୦ ମସିହା ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଥିଲେ। ୧୯୯୩ରେ ମମତା ଏକ ପତ୍ରିକା ପାଇଁ ଟପଲେସ୍ ଫଟୋ ଉଠାଇ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କ ନାମ ଛୋଟା ରାଜନ ଭଳି ଅଣ୍ଡରୱାର୍ଲ୍ଡ ଡନଙ୍କ ସହ ମଧ୍ୟ  ଯୋଡା ଯାଇଥିଲା। ଏମଧ୍ୟରେ ମମତା ଭାରତ ଛାଡ଼ି ବିଦେଶ ଚାଲି ଯାଇଥିବା ବେଳେ ୨୦୨୪ ଶେଷ ଆଡକୁ ଭାରତ ଫେରିଥିଲେ। ଭାରତ ଫେରିବା ପରେ ଏବେ ‌ସେ କିନ୍ନର ଅଖାଡ଼ାର 'ମହାମଣ୍ଡଳେଶ୍ୱର' ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।