ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ଆଜି ତାଙ୍କର ବିବାହ ହେବ। ରାତି ୮.୧୫ରେ ବିବାହ ପାଇଁ ମହୁରତ ଥିବା ଜଣାଯାଇଛି।
ଦୁହିଁଙ୍କ ବିବାହ ହାଇଦ୍ରାବାଦରେ ଥିବା ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହେବ। ଏହି ବିବାହରେ ଦୁହିଁଙ୍କ ପରିବାର ଉପସ୍ଥିତ ରହିବା ସହ ସୁପରଷ୍ଟାର ମହେଶ ବାବୁ, ନୟନତାରା, ଚିରଞ୍ଜୀବୀ, ଅଲୁ ଅର୍ଜୁନ, ପିଭି ସିନ୍ଧୁ, ଅକକିନେନି ଏବଂ ଦଗ୍ଗୁବତୀ ପରିବାର, ଏନଟିଆର, ରାମ ଚରଣ-ଉପସାନା କୋନିଡେଲା ଏବଂ ମହେଶ ବାବୁ-ନମ୍ରତା ଶିରୋଦକରଙ୍କ ଭଳି କଳାକାର ଦୁହିଁଙ୍କ ବିବାହରେ ଯୋଗ ଦେବେ ବୋଲି ଜଣାଯାଇଛି।
ଏମଧ୍ୟରେ ଚୈତନ୍ୟଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ନାଗା ଚୈତନ୍ୟ ପ୍ରାୟ ୧୬୦କୋଟି ଟଙ୍କାର ମାଲିକ ଅଟନ୍ତି । ସେ ତାଙ୍କର ପ୍ରତ୍ୟେକ ଫିଲ୍ମ ପାଇଁ ଅତି କମରେ ୫ରୁ ୧୦କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ଅଭିନୟ ବ୍ୟତୀତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ମଧ୍ୟ ରୋଜଗାର କରନ୍ତି ଏବଂ ସେ କିଛି ବ୍ୟବସାୟରେ ବିନିଯୋଗ ମଧ୍ୟ କରିଛନ୍ତି। ହାଇଦ୍ରାବାଦର ଜୁବୁଲି ହିଲ୍ସ ଅଞ୍ଚଳରେ ଚୈତନ୍ୟଙ୍କର ଏକ ୧୫କୋଟିର ବଙ୍ଗଳା ରହିଛି।
ନାଗା ଚୈତନ୍ୟ କାରକୁ ବହୁତ ଭଲ ପାଆନ୍ତି | ତାଙ୍କ ପାଖରେ ଫରାରୀ ଏଫ ୪୩୦, ରେଞ୍ଜ ରୋଭର ଅଟୋବାଓଗ୍ରାଫି, ପୋର୍ସେ ୯୧୧ ଜିଟି ୩ ପରି କାର ରହିଛି | ଏହା ବ୍ୟତୀତ ତାଙ୍କର ଦୁଇଟି ସୁପରବାଇକ୍ ବିଏମଡବ୍ଲୁ ଆର୯ଟି ଏବଂ ଟ୍ରିଉମ୍ଫ ଥ୍ରକ୍ସଟନ୍ ଆର ଅଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/04/m0t53jnmNSkihDRbuA58.jpg)