ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ଜନସେନା ପାର୍ଟି ଆନ୍ଧ୍ରପ୍ରଦେଶରେ ଏକ ଐତିହାସିକ ରାଜନୈତିକ ବିଜୟ ହାସଲ କରିଥିଲେ। ଏବେ ସେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ‘ପୁଷ୍ପା-୨: ଦ ରାଇଜ୍’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହେବାକୁ ନେଇ ଅଲ୍ଲୁ ଅର୍ଜୁନଙ୍କୁ ପରାମର୍ଶ ଦେଇ ଚର୍ଚ୍ଚାରେ ଥିବା ପବନ କଲ୍ୟାଣ କେତେ କୋଟିର ମାଲିକ ଆପଣ ଜାଣନ୍ତି କି?

Advertisment

ଜାତୀୟ ଗଣମାଧ୍ୟମ ମୁତାବକ, ପବନ କଲ୍ୟାଣ ମୋଟ ୧୩୬.୦୫କୋଟିର ମାଲିକ ଅଟନ୍ତି | ୨୦୧୯ରେ ତାଙ୍କର ମୋଟ ସମ୍ପତ୍ତି ୫୨.୮୫କୋଟି ଥିଲା, ଯାହା ପରେ ବଢି ୧୩୬କୋଟିରେ ପହଞ୍ଚିଛି | ଯଦି ଆମେ ତାଙ୍କ ମାସିକ ଆୟ ଦେଖିବା ତେବେ ସେ ମାସକୁ ୧.୫କୋଟି ଟଙ୍କା ଆୟ କରନ୍ତି | ଫିଲ୍ମ କଥା କହିବାକୁ ଗଲେ ଏବେ ସେ ତାଙ୍କର ପାରିଶ୍ରମିକ ବଢ଼ାଇଥିବା ଜଣାପଡିଛି | ଆଗରୁ ସେ ଗୋଟାଏ ଫିଲ୍ମ ପାଇଁ ୧୦-୧୨ କୋଟି ଟଙ୍କା ପାରିଶ୍ରମିକ ନେଉଥିବା ବେଳେ ଫିଲ୍ମ 'ବକିଲ ସାବ'ର ସଫଳତା ପରେ ସେ ନିଜର ପାରିଶ୍ରମିକ ୫୦କୋଟିକୁ ବଢ଼ାଇଛନ୍ତି | ବିଜୟୱାଡାରେ ତାଙ୍କର ୧୬କୋଟିର ଘର ଥିବା ବେଳେ ହାଇଦ୍ରାବାଦର ଜୁବଲି ହିଲସରେ ୧୨କୋଟିର ବିଳାସପୂର୍ଣ୍ଣ ବଙ୍ଗଳା ରହିଛି |

ତେବେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁକୁ ନେଇ ସେ କହିଛନ୍ତି ଯେ, "ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ମୁଁ ଏଭଳି ଘଟଣାରେ ପୁଲିସକୁ ଦାୟୀ କରିବି ନାହିଁ। ସେମାନେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରନ୍ତି। ଏହି ଘଟଣା ଘଟିବା ପରେ ଅଲ୍ଲୁ ଅର୍ଜୁନ ବ‌ା ତାଙ୍କ ତରଫରୁ କେହି ମୃତକଙ୍କ ଘରକୁ ଯାଇ ସେମାନଙ୍କୁ ଭେଟିବାର ଥିଲା। ସେମାନଙ୍କୁ ଅନୁଭବ କରାଇବାର ଥିଲା ‌ଯେ, ପରିବାରକୁ ସମର୍ଥନ କରିବା ପାଇଁ ଆମେ ସମସ୍ତେ ଏଠାରେ ଅଛୁ ଏବଂ ନିଜ ଭୁଲ ପାଇଁ ଅନୁତାପ କରୁଛୁ। ହେଲେ କେହି ଏଭଳି କଲେ ନାହିଁ। ସମସ୍ତେ ଆର୍ଥିକ ସହାୟତା ଦେଇଥିଲେ ହେଲେ ମାନବିକତା ଦେଖାଇନଥିଲେ।”