ମୁମ୍ବାଇ: ଏବେ ଉଭୟ ବଲିଉଡ ଓ ସାଉଥ୍ ଷ୍ଟାର ପରସ୍ପର ସହ କାମ କରିବା ଆରମ୍ଭ କରିଛନ୍ତି। ବଲିଉଡ ତାରକାମାନେ ସାଉଥ୍ ଫିଲ୍ମରେ କାମ କରୁଥିବା ବେଳେ ସାଉଥ୍ ଷ୍ଟାରମାନେ ବଲିଉଡରେ ଡେବ୍ୟୁ କରିଛନ୍ତି। ନୟନତାରା, ବିଜୟ ସେଥୁପତି, ରାମଚରଣ, ଜୁନିୟର ଏନଟିଆର, କାଜଲ ଅଗ୍ରଲୱାଲ, ତାପସୀ ପନ୍ନୁ, କିଆରା ଆଡଭାନୀ, ପ୍ରଭାସଙ୍କ ଭଳି କଳାକାର ବଲିଉଡରେ ଡେବ୍ୟୁ କରିସାରିଥିବା ବେଳେ ଏବେ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପୌରାଣିକ ଚଳଚ୍ଚିତ୍ର ରାମାୟଣରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଇ ପଲ୍ଲବୀଙ୍କୁ କାଷ୍ଟ କରାଯାଇଥିବା ବେଳେ ଏହି ଫିଲ୍ମ ପାଇଁ ସେ ନିଜ ପାରିଶ୍ରମିକ ଦ୍ବିଗୁଣ କରିଥିବା ଜଣାପଡ଼ିଛି। ଫିଲ୍ମ ପାଇଁ ସେ ୧୦କୋଟି ନେଇଥିବା ସାମ୍ନାକୁ ଆସିଛି।
ବର୍ଦ୍ଧିତ ପାରିଶ୍ରମିକ ସହ ଏବେ ଅଭିନେତ୍ରୀଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଇ ପଲ୍ଲବୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୫୦କୋଟି ଟଙ୍କା। ସେ ମାଲାୟାଲମ୍, ତେଲୁଗୁ ଏବଂ ତାମିଲ ସିନେମାରେ କାମ କରି ଟଙ୍କା ଆୟ କରନ୍ତି। ଏହା ସହ ସେ କିଛି ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ମଧ୍ୟ କରନ୍ତି | ସାଇ ନିକଟରେ ଅନେକ ମେକଅପ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଚର୍ଚ୍ଚାରେ ରହିଥିଲେ। ଯଦି ଆମେ ତାଙ୍କ କାର୍ କଲେକ୍ସନ ଦେଖିବା ତେବେ ତାଙ୍କ ପାଖରେ ମିତସୁବିସି ଲାନ୍ସର ଇଭୋ ଏକ୍ସ ଓ ଅଡି କ୍ୟୁ ୩ କାର୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/05/hjkkh-2025-07-05-17-40-01.jpg)